Latest Odisha News

BREAKING NEWS

ମୁକ୍ତେଶ୍ୱର ଉତ୍ସବର ୨ୟ ସଂଧ୍ୟା: ଓଡ଼ିଶୀ ନୃତ୍ୟାଭିନୟରେ ବିଭୋର ଦର୍ଶକ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ ।

ଆଜି ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଓଁ ନମଃ ଶିବାୟରୁ ଯାହାକୁ ପରିବେଶଣ କରିଥିଲେ ବିକାଶ ଶୁକଲା ଓ ସାଥୀ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଆମେରିକାରୁ ଆସିଥିବା ପଲ୍ଲବୀ ଦାସ ପ୍ରଥମେ ମଙ୍ଗଳା ଚରଣରେ ଶିବ ବନ୍ଦନା-ଶିବମ ଧୀ ମୋହୀ ପରେ ପରେ ବେଣୁଧର ଦାସଙ୍କ ରଚନାରେ ଅଭିନୟ କୃଷ୍ଣାନୁରାଗୀ ଯାହା ରାଗ ଝିନଝୋଟି ଓ ତାଳ ଖେମଟା ଉପରେ ପରିବେଶିତ ହୋଇଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ।

ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ସୁରଜ ସାହୁ ଓ ମୋନଜ ପ୍ରଧାନ ପ୍ରଥମେ ପରିବେଶଣ କରିଥିଲେ ତାଳ ଏକତାଳୀରେ ନିବଦ୍ଧ ଚକ୍ରବାକ ପଲ୍ଲବୀ ପରେ ପରେ ପରିବେଶିତ ହୋଇଥିଲା ଅର୍ଦ୍ଧନାରୀଶ୍ୱର ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର । ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଗୁରୁ ପଙ୍କଜ ଚରଣ ଓଡ଼ିଶୀ ରିସର୍ଚ ଫାଉଣ୍ଡେସନ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ।

Mukteswar

ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ ଶଙ୍କରାଭରଣ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ମଙ୍ଗଳାଚରଣ – ଓମ ନମଃ ଶିବାୟ ପରେ ପରେ ପରିବେଶିତ ହୋଇଥିଲା ଗତୀବିଳାଶ ପଲ୍ଲବୀ ଯାହାର ନୃତ୍ୟ ସଂରଚନା କରିଥିଲେ ଆଦିଗୁରୁ ପଙ୍ଗଜ ଚରଣ ଦାସ ।

ସନ୍ଧ୍ୟାର ଅତିଥୀମାନେ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟେମକେଶ ତ୍ରିପାଠ. ପର୍ଯ‎୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ ।
କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ଏବଂ ସଂହତି ପାଣି । ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶୀତୁଆ ସନ୍ଧ୍ୟା ସ୍ୱତ୍ୱେ ଦ୍ୱିତୀୟ ଦିବସରେ ଭରପୁର ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.