Latest Odisha News

BREAKING NEWS

କଟକ ଆସିବେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ଭୁବନେଶ୍ୱର: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ରବିବାର ଦିନ ଓଡ଼ିଶା ଗସ୍ତରେ ଆସିବେ। ସେ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ।

ସୂଚନା ଅନୁଯାୟୀ, ସେ କଟକର ସହିଦ ଭବନରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ (HCBA) ଦ୍ୱାରା ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ‘ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା: ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି’ ଉପରେ ଆଲୋଚନା କରାଯିବ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମୁଖ୍ୟ ବକ୍ତା ହେବେ। ସେହିପରି ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ଓଡ଼ିଶା ରାଜ୍ୟ ବାର୍ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡ଼ିଛି।

ଏହି କାର୍ଯ୍ୟକ୍ରମରେ ନ୍ୟାୟ ପ୍ରଦାନ ଏବଂ ନ୍ୟାୟିକ ସଂସ୍କାର ସହିତ ଜଡିତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ବିଶିଷ୍ଟ ଆଇନ ବିଶେଷଜ୍ଞ, ଓକିଲ ଏବଂ ନ୍ୟାୟିକ ଅଧିକାରୀ ମାନଙ୍କୁ ଏକତ୍ରିତ କରାଯିବ।

 

Leave A Reply

Your email address will not be published.