Latest Odisha News

BREAKING NEWS

ଦେଶର ଦୁଇ ବଡ଼ ସହର ମଧ୍ୟରେ ଦ୍ୱିତୀୟ ପ୍ରିମୀୟମ ତେଜସ୍ ଏକ୍ସପ୍ରେସର ଶୁଭାରମ୍ଭ

ଅହମଦାବାଦ: ଲଖନଉ-ଦିଲ୍ଲୀ ତେଜସ ଏକ୍ସପ୍ରେସର ସଫଳତା ପରେ ଆଜି ଅହମଦାବାଦ ରୁ ମୁମ୍ବାଇ ମଧ୍ୟରେ ଦ୍ୱିତୀୟ ପ୍ରିମୀୟମ ତେଜସ ଏକ୍ସପ୍ରେସ ଆରମ୍ଭ ହୋଇଛି |  IRCTC ଦ୍ୱାରା ସଂଚାଳିତ ଅହମଦାବାଦ-ମୁମ୍ବାଇ-ଅହମଦାବାଦ ତେଜସ ଟ୍ରେନ କୁ ଆଜି ଅହମଦାବାଦ ରେଳଷ୍ଟେସନରୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ସବୁଜ ସଙ୍କେତ ଦେଖାଇ ଏହାକୁ ଶୁଭାରମ୍ଭ କରିଛନ୍ତି | ଏଥିରେ ରେଳ ବିଭାଗ ର ବହୁ ଅଧିକାରୀ ଉପସ୍ଥିତ ଥିଲେ | ଏହି ତେଜସ ଏକ୍ସପ୍ରେସ ପ୍ଲାଟଫର୍ମ ନମ୍ବର ୧ ରୁ ଶୁଭାରମ୍ଭ କରି ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି |

ଏହି କର୍ପୋରେଟ ଟ୍ରେନ ଅହମଦାବାଦ-ମୁମ୍ବାଇ ମଧ୍ୟରେ ଚାଲିବ ଓ ଏଥିରେ ଟ୍ରେନ ହୋଷ୍ଟ୍ରେସ ମଧ୍ୟ ରହିବେ | ଏଠାରେ କହିରଖୁଛି କି ଏଥିରେ ଯିବାପାଇଁ ପ୍ରଥମରୁ ବୁକିଙ୍ଗ ଆରମ୍ଭ ହୋଇଯାଇଥିଲା | ଯାତ୍ରୀମାନେ ଆଇ ଆର ଟି ସି ୱେବସାଇଟ www.irctc.co. in ଓ ମୋବାଇଲ ଆପ୍ସ “ଆଇ ଆର ଟି ସି ରେଲ କନେକ୍ଟ” ମାଧ୍ୟମରେ ବୁକ ହେଉଛି | ବର୍ତ୍ତମାନ ଏହା ରେଳ ସଂରକ୍ଷଣ କାଉଣ୍ଟର ଏହାର ଟିକେଟ ମିଳିବନି | ଆଇ ଆର ଟି ସି ଅଧିକୃତ ଏଜେଣ୍ଟ ମାଧ୍ୟମରେ ଏହା ମଧ୍ୟ ମିଳିବ | ଅନ୍ୟ ମାଧ୍ୟମ ଯଥା ପେଟିଏମ୍, ଗୁଗୁଲ ପେ, ଫୋନ ପେ, ଆଇବିବି, ମେକ ମାଇଁ ଟ୍ରିପ ଆଦି ମାଧ୍ୟମରେ ମଧ୍ୟ ବୁକ କରାଯାଇପାରିବ |
ଏଥିରେ ରେଲ ଯାତ୍ରୀ ଙ୍କୁ ଉଚ୍ଚମାନର ରେଳ ଯାତ୍ରା ର ଅନୁଭୂତି ଦେବାକୁ ଏହା ରେଳ ବିଭାଗର ପ୍ରୟାସ | ଏହି ଟ୍ରେନର ନମ୍ବର ୮୨୯୦୨/୮୨୯୦୧ ଅହମଦାବାଦ-ମୁମ୍ବାଇ-ଅହମଦାବାଦ ଲାଇନ ରେ ସପ୍ତାହ କୁ ୬ ଦିନ ଚାଲିବ | କେବଳ ଗୁରୁବାର ଦିନ ଏହା ଚାଲିବ ନାହିଁ କାରଣ ଏହାର ରକ୍ଷଣାବେକ୍ଷଣ କରାଯାଇପାରିବ |

Leave A Reply

Your email address will not be published.