Latest Odisha News

BREAKING NEWS

Udhampur Terrorist Encounter: ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷା ବାହିନୀ; ଏନକାଉଣ୍ଟରରେ ଜଣେ ଯବାନ ସହିଦ

ଶ୍ରୀନଗର: ସୋମବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାର ଏକ ଦୁର୍ଗମ ଜଙ୍ଗଲ ଗାଁରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଏନକାଉଣ୍ଟର (Udhampur Terrorist Encounter) । ଜଣେ ଆତଙ୍କବାଦୀ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଏହି ଅପରେସନ ସମୟରେ ପୋଲିସର ସ୍ପେଶାଲ ଅପରେସନ ଗ୍ରୁପ୍ (SOG)ର ଜଣେ ଯବାନ ସହିଦ ହୋଇଛନ୍ତି। ରିପୋର୍ଟ ଅନୁସାରେ, ସୁରକ୍ଷା ବାହିନୀ ଜୈଶ-ଏ-ମହମ୍ମଦ (JeM) ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି। ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ସୁରକ୍ଷା ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି। ଆତଙ୍କବାଦୀମାନେ ଯେପରି କୌଣସି ମୂଲ୍ୟରେ ଖସି ପଳାଇବାରେ ସଫଳ ନ ହୁଅନ୍ତି, ତାହା ନିଶ୍ଚିତ କରିବା ପାଇଁ ସୁରକ୍ଷା ବାହିନୀ କଡ଼ା ନଜର ରଖିଛନ୍ତି।

ସୂଚନାମୁତାବକ, ସୁରକ୍ଷା ବାହିନୀ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ (JeM) ସହିତ ଜଡିତ ତିନି ଜଣ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସେତେବେଳେ ପାହାଡ଼ି ଜିଲ୍ଲାର ମଜାଲତା ଅଞ୍ଚଳର ସୋନ ଗାଁରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଉଧମପୁର ଜିଲ୍ଲାର ମଜାଲତା ତହସିଲର ସୋନ ଗାଁର ଜଙ୍ଗଲରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ଜମ୍ମୁ ରେଞ୍ଜର ପୋଲିସ ମହାନିରୀକ୍ଷକ (ଆଇଜିପି) ତାଙ୍କ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସେନା ଏବଂ ସିଆରପିଏଫର ଏକ ମିଳିତ ଦଳ, ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (ଏସଓଜି) ସହିତ ଏହି ଅପରେସନରେ ସାମିଲ ଅଛନ୍ତି।

Leave A Reply

Your email address will not be published.