ଇନ୍ଦୋର: ଭଗବାନ ଯାହାକୁ ରକ୍ଷା କରିବେ ତାକୁ କିଏ ବା ମାରିବ । ରାଉରେ ଏ ଭଳି ଏକ ଘଟଣା ଘଟିଛି । ଦୁଇ ଜଣ ବଦମାସ ଏକ କଳା ସ୍କୁଟରରେ ଆସି ବିନୟ ପାଟୀଦାରଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ବିନୟଙ୍କ ପକେଟରେ ଥିବା ମୋବାଇଲ ଓ ଏଟିଏମ କାର୍ଡ ତାଙ୍କ ଜୀବନ ବଂଚାଇ ଦେଇଥିଲା । ଗୁଳି ମୋବାଇଲ, ଏଟିଏମ କାର୍ଡକୁ ଭେଦ କରି ତାଙ୍କ ଗୋଡରେ ବାଜିଥିଲା । ମାତ୍ର ଏହାର ବେଗ କମି ଯାଇଥିବାରୁ ବିନୟଙ୍କ ବିଶେଷ କ୍ଷତି ହୋଇ ନ ଥିଲା । ପୋଲିସ ସିସିଟିଭି ଫୁଟେଜ ମାଧ୍ୟମରେ ଦୋଷୀଙ୍କ ସନ୍ଧାନରେ ଲାଗିଛି ।
ପୋଲିସଙ୍କ କହିବା ଅନୁସାରେ ୨ ଦିନ ତଳେ ପାର୍କିଂକୁ ନେଇ ବିନୟଙ୍କ କିଛି ଅଜ୍ଞାତ ଲୋକଙ୍କ ସହ ଯୁକ୍ତିତର୍କ ହୋଇଥିଲା । ସେମାନେ ରାଗ ରଖି ତାଙ୍କ ଉପରେ ଏ ଭଳି ଆକ୍ରମଣ କରିଛନ୍ତି । ଖୁବ ଶୀଘ୍ର ଅପରାଧୀ ଧରା ପଡିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏହି ଘଟଣା ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି ।