Latest Odisha News

BREAKING NEWS

Encounter: ଗୁଳି ବିନିମୟ ଜାରି; ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର, ମୁଣ୍ଡରେ ଥିଲା ୫ ଲକ୍ଷ

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାର ଭୈରାମଗଡ଼ ଥାନାର ଇନ୍ଦ୍ରାବତୀ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିହତ ମାଓବାଦୀଙ୍କ ନାମ ACM ଫଗନୁ ମାଡଭି ବୋଲି ଚିହ୍ନଟ କରାଯାଇଛି। ତାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା।

ବିଜାପୁର ପୋଲିସ ଅଧୀକ୍ଷକ ଡକ୍ଟର ଜିତେନ୍ଦ୍ର ଯାଦବ କହିଛନ୍ତି ଯେ ଭୈରାମଗଡ଼ ଥାନାର ଇନ୍ଦ୍ରାବତୀ ଅଞ୍ଚଳର ଅଡୱାରା-କୋଟାମେଟା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ଡିଆରଜି ବିଜାପୁର ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନ୍ ସମୟରେ ଶୁକ୍ରବାର ସକାଳ ୬ଟାରୁ DRG ବିଜାପୁର ଏବଂ ମାଓବାଦୀଙ୍କ ମଧ୍ୟରେ ରହି ରହି ଗୁଳି ବିନିମୟ ଜାରି ରହିଛି।

ଏପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ସମୟରେ ଏନକାଉଣ୍ଟର ସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ, ଗୋଟିଏ 303 ରାଇଫଲ୍, ଗୋଟିଏ 9mm ପିସ୍ତଲ, ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି ବୋଲି ଏସପି ବିଜାପୁର କହିଛନ୍ତି ।

Leave A Reply

Your email address will not be published.