Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଖୁବ ଶୀଘ୍ର ଘୋଷଣା ହେବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଡିସେମ୍ବର ୨୦ରେ ଏ ନେଇ ଦଳ ଘୋଷଣା କରାଯିବ । ବିିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଉଭୟ ଟି୨୦ ବିଶ୍ୱକପ ଓ ନ୍ୟୁଜିଲାଣ୍ଡ ପାଇଁ ଦଳ ଘୋଷଣା ହେବ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଉପସ୍ଥିତିରେ ଦଳ ଘୋଷଣା କରାଯିବ । ଫେବୃୟାରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଭାରତ ଏବଂ ଶ୍ରୀଲଙ୍କାରେ ବିଶ୍ୱକପ ଆୟୋଜିତ ହେବ । ଗତ ସଂସ୍କରଣର ଚାମ୍ପିୟନ ଭାରତ ଏଥର ମଧ୍ୟ ଘରୋଇ ପରିବେଶର ଫାଇଦା ଉଠାଇ ପୂନର୍ବାର ଟାଇଟଲ ହାସଲ କରିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି ।

ନ୍ୟୁଜିଲାଣ୍ଡ ଟିମ ଆସନ୍ତା ବର୍ଷ ଜାନୁୟାରୀରେ ଭାରତ ଗସ୍ତରେ ଏକ ଧଳା ବଲ ସିରିଜ ଖେଳିବ । ଏଥିରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ରହିଛି । ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଏହା ଅଭ୍ୟାସ ମ୍ୟାଚ ସଦୃଶ ହେବ ବୋଲି ଆଶା କରାଯାଉଛି । ଭଦୋଦରା( ଜାନୁୟାରୀ ୧୧), ରାଜକୋଟ(ଜାନୁୟାରୀ ୧୪) ଓ ଇନ୍ଦୋର (ଜାନୁୟାରୀ ୧୮)ରେ ଦିନିକିଆ ମ୍ୟାଚ ଖେଳାଯିବ । ସେହିପରି ଜାନୁୟାରୀ ୨୧ରୁ ନାଗପୁରରେ ଟି୨୦ ସିରିଜ ଆରମ୍ଭ ହେବ । ବାକି ୪ଟି ମ୍ୟାଚ ଯଥାକ୍ରମେ ରାୟପୁର(୨୩), ଗୌହାଟୀ(୨୫), ଭାଇଜାଗ(୨୮) ଓ ଥିରୁୱନ୍ତପୂରମରେ ୩୧ ତାରିଖରେ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.