ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ AI ଯୋଗୁଁ ଲୋକମାନେ ନିଜ ନିଜର ଚାକିରି ହରାଉଥିବା ବେଳେ ବେକାରୀ ଭୟ ମଧ୍ୟ ବଢ଼ିବାରେ ଲାଗିଛି।
ଏପରି ସମୟରେ ଆମେରିକାର କୋଟିପତି ବ୍ୟବସାୟୀ ଏଲନ ମସ୍କ କହିଛନ୍ତି ଯେ AI ର ବିକାଶ ଦ୍ଵାରା ଭବିଷ୍ୟତରେ ଦାରିଦ୍ର୍ୟ ଦୂର ହୋଇପାରିବ ଓ ଲୋକଙ୍କୁ ଟଙ୍କା ସଞ୍ଚୟ କରିବାକୁ ପଡ଼ିବ ନାହିଁ।
ଆମେରିକାର ରେ ଡାଲିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଟ୍ରମ୍ପ ଆକାଉଣ୍ଟକୁ $୬.୨୫ ବିଲିୟନ ଦାନ କରୁଛନ୍ତି। ତେବେ ଟ୍ରମ୍ପ ଆକାଉଣ୍ଟ ହେଉଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵାରା ନିଆଯାଇଥିବା ଏକ ନୂତନ ପଦକ୍ଷେପ ଯେଉଁଥିରେ ୨୦୨୫ ରୁ ୨୦୨୮ ମଧ୍ୟରେ ଜନ୍ମ ହୋଇଥିବା ପିଲାମାନଙ୍କ ପାଇଁ ସଞ୍ଚୟ ଆକାଉଣ୍ଟ ଖୋଲିବ। ଯାହାକୁ ନେଇ ମସ୍କ ଲେଖିଛନ୍ତି ଯେ ଏହାର କୌଣସି ଆବଶ୍ୟକତା ନାହିଁ କାରଣ ଭବିଷ୍ୟତରେ ଦାରିଦ୍ର୍ୟ ଦୂର ହୋଇଯିବ। ଏଥିସହିତ ମସ୍କ, ଡାଲିଓଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଯଦି ଭବିଷ୍ୟତରେ ଦାରିଦ୍ର୍ୟ ଦୂର ହୋଇଯାଏ ତେବେ ଟଙ୍କା ସଞ୍ଚୟର କୌଣସି ଆବଶ୍ୟକତା ରହିବ ନାହିଁ।
ସେ ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି ଯେ AI ଏବଂ ରୋବୋଟ ଯୋଗୁଁ ସବୁକିଛି ସମ୍ଭବ ହୋଇପାରିବ। ଆଗକୁ ଭବିଷ୍ୟତ ଉଜ୍ଜ୍ୱଳ ହେବ। ଏଆଇ ଏବଂ ରୋବୋଟ୍ ସମାଜକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବ ବୋଲି ମଧ୍ୟ ସେ ଦାବି କରି ଆସୁଛନ୍ତି। ତେବେ ସମସ୍ତ କାମ ଏଆଇ ଏବଂ ରୋବୋଟ୍ ଦ୍ୱାରା କରାଯିବ ଯାହା ଫଳରେ ମଣିଷ କାମ ହରାଇବ। କିନ୍ତୁ ଯଦି ଲୋକମାନେ ଚାହିଁବେ ତେବେ ସେମାନେ ଏକ ହବି ଭାବରେ ପନିପରିବା ଚାଷ କରିପାରିବେ ବୋଲି ସେ କହିଛନ୍ତି।