Latest Odisha News

BREAKING NEWS

ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲାର ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ସୂଚନା ଅନୁଯାୟୀ ଚର୍ଚ୍ଚ ବସ୍ତି ନିକଟସ୍ଥ ଭାମା କିଷାନ ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ମେଡିକାଲକୁ ଆସିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଧିରେ ଧିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ।

ତେବେ ସେହି ସମୟରେ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ତାଙ୍କର ଓ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଭାମାଙ୍କୁ ଠିକ୍ ସମୟରେ ଚିକିତ୍ସା କରାଯାଇଥିଲେ ଦୁଇଟି ଜୀବନ ବଞ୍ଚିଯାଇଥାନ୍ତା ।

ଏନେଇ ସାଧାରଣରେ ଉତ୍ତେଜନା ବଢିଥିଲା ଫଳରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ଯାଇ ହସ୍ପିଟାଲ ସମ୍ମୁଖରେ ପୋଲିସ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.