Latest Odisha News

BREAKING NEWS

ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଦାବି: ଗଠନ ହେଲା କମିଟି

ଭୁବନେଶ୍ୱର: ରାଜ୍ୟର ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଓ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (OMSA) ଦ୍ୱାରା କରାଯାଇଥିବା ବିଭିନ୍ନ ଦାବିଗୁଡ଼ିକର ଅନୁଧ୍ୟାନ କରିବା ନିମନ୍ତେ ଏକ ଅନ୍ତର୍ବିଭାଗୀୟ କମିଟି ଗଠନ କରାଯାଇଛି।

ଏହି କମିଟି ଅତିରିକ୍ତ ମୁଖ୍ୟ ସଚିବ, GA & PG ବିଭାଗଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି । କମିଟିର ସଦସ୍ୟ ଭାବେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର କମିଶନର-ତଥା-ସଚିବ ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର କମିଶନର-ତଥା-ସଚିବ କମିଟିର ସଦସ୍ୟ-convener ଭାବେ କାର୍ଯ୍ୟ କରିବେ।

ଏହି କମିଟି OMSA ର ବିଭିନ୍ନ ଦାବି ଉପରେ ଆଲୋଚନା କରି, ସେଗୁଡ଼ିକର ବିଭିନ୍ନ ଦିଗ ଗୁଡିକ ବିଚାର କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ରାଜ୍ୟ ସରକାର ଚିକିତ୍ସକମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ଓ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ଅଧିକ କାର୍ଯ୍ୟକାରୀ କରିବା ପାଇଁ ସଦା ସକାରାତ୍ମକ ପଦକ୍ଷେପ ଗ୍ରହଣ କରୁଛନ୍ତି।

Leave A Reply

Your email address will not be published.