Latest Odisha News

BREAKING NEWS

ମନ କି ବାତ୍: ୨୦୨୫ ବର୍ଷର ସଫଳତା ବଖାଣିଲେ, ‘ପାର୍ବତୀ ଗିରି’ଙ୍କୁ ପ୍ରେରଣାର ଉତ୍ସ ବୋଲି କହିଲେ ମୋଦି

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀଙ୍କ ୧୨୯ ତମ ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମ। ଚଳିତବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ‘ପାର୍ବତୀ ଗିରି’ଙ୍କ କଥା କହିଲେ ମୋଦି। ୨୦୨୫ରେ ଭାରତକୁ ଅନେକ ସଫଳତା ମିଳିଛି । କ୍ରୀଡ଼ାକ୍ଷେତ୍ରରେ ଝିଅମାନେ ଗୌରବ ଆଣିଛନ୍ତି ।

ନୂଆ ସଂକଳ୍ପ ସହ ଭାରତକୁ ଆଗକୁ ନେବାକୁ ପଡ଼ିବ । ମନ୍ କି ବାତ୍ ରେ ‘ପାର୍ବତୀ ଗିରି’ଙ୍କ କଥା କହିଲେ ନରେନ୍ଦ୍ର ମୋଦି । ୧୬ ବର୍ଷରେ ପାର୍ବତୀ ଗିରି ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ୨୦୨୬ରେ ‘ପାର୍ବତୀ ଗିରି’ଙ୍କ ଜନ୍ମ ଶତାବ୍ଦୀ ପାଳନ କରାଯିବ । ସମାଜସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ । ‘ ପାର୍ବତୀ ଗିରି’ ବହୁତ ଅନାଥ ଆଶ୍ରମ ତିଆରି କରିଥିଲେ । ତାଙ୍କ ଜୀବନଶୈଳୀ ସବୁ ପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।

ସେହିପରି ସୁରକ୍ଷାରେ କେବେ ସାଲିସ୍ କରିନାହିଁ ଭାରତ ବୋଲି କହିଛନ୍ତି ମୋଦି। ଅପରେସନ୍ ସିନ୍ଦୂର ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତ। ୨୦୨୫ ବର୍ଷର ସଫଳତା ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି। ଚଳିତ ବର୍ଷ ଅନେକ ସଫଳତା ପାଇଛି ଭାରତ। ମହାକାଶଠାରୁ କ୍ରୀଡ଼ା ପର୍ଯ୍ୟନ୍ତ ଭାରତକୁ ସଫଳତା ମିଳିଛି। ଭାରତର ବଡ଼ ଶକ୍ତି ‘ଯୁବ ଶକ୍ତି’, ଦେଶ ଏହାକୁ ନେଇ ଗର୍ବ କରେ। ଭାରତର ବଡ଼ ଶକ୍ତି ‘ଯୁବ ଶକ୍ତି’, ଦେଶ ଏହାକୁ ନେଇ ଗର୍ବ କରେ। ପ୍ରତ୍ୟେକ କ୍ଷେତ୍ରରେ ଭାରତ ନିଜର ଛାପ ଛାଡ଼ିଛି। କ୍ରୀଡ଼ା କ୍ଷେତ୍ରରେ ଭାରତର ଝିଅ ଦେଶର ଟେକ ରଖିଛନ୍ତି। ବନ୍ଦେ ଭାରତ ଅଭିଯାନରେ ଲୋକଙ୍କ ଉତ୍ସାହ ମିଳିଛି। ଦୁବାଇରେ କନ୍ନଡ଼ ପାଠଶାଳା ଭାଷାର ବଡ଼ ଉପଲବ୍ଧି। ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ନରେନ୍ଦ୍ର ମୋଦି।

Leave A Reply

Your email address will not be published.