Latest Odisha News

BREAKING NEWS

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଅଭିଷେକ

ଭୁବନେଶ୍ୱର: ଓଡିଶାର ସିନିୟର କ୍ରିକେଟ ଖେଳାଳି ଅଭିଷେକ ରାଉତ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଓସିଏ ଅଭିଷେକଙ୍କ ଯୋଗଦାନ ନେଇ ଅଭିନନ୍ଦନ ଜଣାଇଛନ୍ତି । ଅଭିଷେକ ଆଇପିଏଲରେ ୨୨ ମ୍ୟାଚରେ ୧୯୪ ରନ କରିଥିଲେ । ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟରେ ୨୬ ମ୍ୟାଚରୁ ୧୧୩୧ ଓ ଲିଷ୍ଟ ଏରେ ୫୫ ଇନିଂସରେ ୧୦୬୬ ରନ କରିଛନ୍ତି । ସେହିପରି ଟି୨୦ରେ ସେ ୬୬ ମ୍ୟାଚରେ ୭୨୧ ରନ ସଂଗ୍ରହ କରିଛନ୍ତି ।

ସେ ଡାହଣହାତୀ ବ୍ୟାଟ୍ସମ୍ୟାନ ହେବା ସହ ଉପଯୋଗୀ ସ୍ପିନ ବୋଲିଂ ମଧ୍ୟ କରନ୍ତି । ୨ ଦଶନ୍ଧି କ୍ରିକେଟ କ୍ୟାରିୟର ମଧ୍ୟରେ ସେ ମହାରାଷ୍ଟ୍ର, ମୁମ୍ବାଇ, ଗୋଆ ଓ ଓଡିଶା ପକ୍ଷରୁ ଖେଳିଛନ୍ତି । ସେହିପରି ଆଇପିଏଲରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ଅଭିଷେକ ଜଣେ ପ୍ରତିଭାବାନ କ୍ରିକେଟର ଥିଲେ । ଅବସର ପରର କାର୍ଯ୍ୟପନ୍ଥା ନେଇ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.