Latest Odisha News

BREAKING NEWS

Winter Update: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ; ହାଡ଼ଭଙ୍ଗା ଶୀତରୁ ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ବର: ରାଜ୍ୟରେ ବଢ଼ିଲା ପାରଦ, ହାଡ଼ଭଙ୍ଗା ଶୀତରେ ଲାଗିଲା ବ୍ରେକ୍ । ଫଳରେ ଅସହ୍ୟ ଥଣ୍ଡା ଦାଉରୁ ରକ୍ଷା ପାଇଛନ୍ତି ରାଜ୍ୟବାସୀ । ଅଧିକାଂଶ ସ୍ଥାନରେ ୫ରୁ ୭ ଡିଗ୍ରୀ ଯାଏଁ ପାରଦ ବଢିଛି । ମେଘାଚ୍ଛନ୍ନ ଆକାଶ ପ୍ରଭାବରେ ରାତି ତାପମାତ୍ରା ବଢିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେବ ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ହୋଇଥିଲା ଜନଜୀବନ ।

ରାଉରକେଲାରେ ୮, ଝାରସୁଗୁଡ଼ା ୮.୩, କେନ୍ଦୁଝର ୧୨.୬ ଡିଗ୍ରୀ, ସମ୍ବଲପୁରରେ ୧୨.୭, ହୀରାକୁଦରେ ୧୩.୯, ବାଲେଶ୍ୱର ୧୫.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ପାରାଦୀପରେ ୧୫.୫, ଭୁବନେଶ୍ୱରରେ ୧୫.୭, ପୁରୀରେ ୧୮.୪ ଡିଗ୍ରୀ ରେକର୍ଡ ହୋଇଛି ।

ପାଣିପାଗ ବିଭାଗର ଅନୁଯାୟୀ, ଆସନ୍ତା ୨ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ପରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ ।

Leave A Reply

Your email address will not be published.