Latest Odisha News

BREAKING NEWS

ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ

ଢେଙ୍କାନାଳ:ପୁଣି ଆଉ ଏକ ବିଦ୍ୟାଳୟରେ ଦେଖାଦେଲା ଜଣ୍ଡିସ ରୋଗ । ଖୋର୍ଦ୍ଧା ପରେ ଢେଙ୍କାନାଳ ଜିଲ୍ଲାରେ ସାମ୍ନାକୁ ଆସିଲା ଜଣ୍ଡିସ । ଗଁଦିଆ ବ୍ଲକ୍ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ ହୋଇଛି । ବିଦ୍ୟାଳୟର ଜଣେ ଛାତ୍ର ଜଣ୍ଡିସ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ । ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି କହିଛନ୍ତି ସିଡିଏମଓ ।
ଘଟଣାକୁ ନେଇ ସେ କହିଛନ୍ତି ଯେ, ପରିମଳ ଅବସ୍ଥା କଥା ସାମ୍ନାକୁ ଆସିଛି । ଆସନ୍ତାକାଲି ଗଁଦିଆରୁ ସ୍ୱତନ୍ତ୍ର ଦଳ ଘଟଣାସ୍ଥଳକୁ ଯିବେ ।

ବିଦ୍ୟାଳୟରେ ବରପଦାର ଏକ ସ୍ୱାସ୍ଥ୍ୟଦଳ ପହଞ୍ଚି ସ୍ଥିତି ପରଖିଥିବା ସୂଚନା ରହିଛି । ଗଁଦିଆ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.