ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ସଦର ଥାନା ପୁନଙ୍ଗ ଗାଁରେ ଅଭାବନୀୟ ଘଟଣା ଘଟିଛି । ପୁନଙ୍ଗ ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର । ଗାଁ ଭିତରେ ଥିବା ଏକ ଶିବ ମନ୍ଦିର ଭିତରୁ ଶିବ ଲିଙ୍ଗ ଉପରେ ପୂଜକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ଗାଁଲୋକେ । ପୋଲିସ୍କୁ ଖବର ଦେବା ପରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ପୁନଙ୍ଗ ଗାଁର ଓମ୍ ପ୍ରକାଶ ପଣ୍ଡା ।
ସୂଚନାଥାଉକି, ଶନିବାର ମଧ୍ୟାହ୍ନରେ ପୂଜକ ଓମ୍ ପ୍ରକାଶ ମନ୍ଦିରକୁ ପୂଜା କରିବାକୁ ଯାଇ ଆଉ ଫେରି ନଥିଲେ । ପରେ ଗ୍ରାମବାସୀ ମନ୍ଦିରରେ ଶିବ ଲିଙ୍ଗ ଉପରେ ତାଙ୍କର ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ସଦର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛନ୍ତି ଓ ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ ମୃତ୍ୟୁର ସଠିକ୍ କାରଣ ଜଣାପଡି ନାହିଁ । ଆଶଙ୍କା କରାଯାଉଛି ଯେ ମନ୍ଦିର ଭିତରେ ଗୋଡ଼ ଖସି ତଳେ ପଡିଯିବା ପରେ ମୁଣ୍ଡରେ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥାଇ ପାରେ ।