ମୁମ୍ବାଇ: ୨୦୨୪ରେ ରିଲିଜ ହୋଇଥିବା ଡଙ୍କି ପରେ ଶାହାରୁଖ ଖାଁଙ୍କ ଆଉ କୌଣସି ଫିଲ୍ମ ରିଲିଜ ହୋଇନି । ଏବେ ଶାହାରୁଖ କିଙ୍ଗ ଫିଲ୍ମର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । କିଙ୍ଗ ଫିଲ୍ମ ୨୦୨୬ରେ ପରଦାକୁ ଆସିବ । ଏହାର ରିଲିଜ ତାରିଖ ସମ୍ମୁଖକୁ ଆସି ନ ଥିଲେ ମଧ୍ୟ ଏବେ କିନ୍ତୁ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ରିପୋର୍ଟ ମୁତାବକ ରଣବୀର କାପୁରଙ୍କ ରାମାୟଣ ଫିଲ୍ମ ରିଲିଜ ହେବାର ପ୍ରାୟ ୪୫ ଦିନ ପରେ କିଙ୍ଗ ଥିଏଟର୍ସକୁ ଆସିବ ।
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା କିଙ୍ଗ କ୍ରିିସମାସ ୨୦୨୬ରେ ରିଲିଜ ହେବା ସମ୍ଭାବନା ରହିଛି । ସେହି ସମୟରେ କୌଣସି ବଡ ଫିଲ୍ମ ରିଲିଜ ହେବାକୁ ନାହିଁ । ଯାହା ଫଳରେ କିଙ୍ଗକୁ ବ୍ୟବସାୟ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିବ । ମେକର୍ସ ପ୍ରଥମେ ଡିସେମ୍ବର ୪ ଓ ୨୫ ମଧ୍ୟରେ ଗୋଟିଏ ତାରିଖରେ ଏହାକୁ ରିଲିଜ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଏବେ ଡିସେମ୍ବର ୨୫ରେ ମୋହର ବାଜିଥିବା ବଲିଉଡ ହଙ୍ଗାମାରେ ରିପୋର୍ଟ ପ୍ରକାଶ ପାଇଛି । କିଙ୍ଗରେ ଶାହାରୁଖଙ୍କ ସହ ଝିଅ ସୁହାନା ଖାଁ ମଧ୍ୟ ଅଭିନୟ କରୁଛନ୍ତି । ଏମାନଙ୍କ ବ୍ୟତୀତ ଦୀପିକା ପାଦୁକୋନ, ଅନୀଲ କାପୁର, ରାଣୀ ମୂର୍ଖାଜୀ, ଅଭିଷେକ ବଚ୍ଚନ ଓ ଅରଶାଦ ୱାରସୀ ମଧ୍ୟ ଏଥିରେ ଅଭିନୟ କରୁଛନ୍ତି ।