Latest Odisha News

BREAKING NEWS

ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସରରେ ଉଡିଲା ଡ୍ରୋନ, ଯୁବକ ଅଟକ

ପୁରୀ: ପୁଣି ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସରରେ ଏକ ଡ୍ରୋନ ଉଡୁଥିବା ଖବର ସାମ୍ନାକୁ ଆସିଛି । ଏହାକୁ ପୋଲିସ ଦ୍ୱାରା କାବୁ କରାଯାଇଛି । ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ସିଂହଦ୍ୱାର ଥାନା ସମେତ ଅନ୍ୟ ଏକ ସ୍ୱତନ୍ତ୍ର ଟିମ୍ ଡ୍ରୋନ କୁ କାବୁ କରିବାରେ ସମର୍ଥ ହୋଇଥିଲା ।

ଦୁଇଟି ଯାକ ଟିମ୍ ପୁରୀ ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆ ନିକଟରୁ ଡ୍ରୋନକୁ କାବୁ କରିଥିଲେ । କଟକର ୨୫ ବର୍ଷୀୟ ମଧୁସୂଦନ ସଡଙ୍ଗୀ ନାମକ ଜଣେ ଯୁବକ ଏହି ଡ୍ରୋନ କୁ ଉଡାଇଥିବା ଜଣାପଡିଛି । ତାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି ।

Leave A Reply

Your email address will not be published.