ଭୁବନେଶ୍ବର: ୨୦୨୬ ଗଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ବର ସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଅନୁଷ୍ଠିତ ହେବ।
ସୂଚନା ଅନୁଯାୟୀ, ଆସନ୍ତା ତା. ୨୨.୦୧.୨୦୨୬ ରିଖ ଓ ତା. ୨୩.୦୧.୨୦୨୬ ରିଖ ଦିନ ଅପରାହ୍ନ ୧ ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ଅଭ୍ୟାସ ପ୍ୟାରେଡ୍, ତା. ୨୪.୦୧.୨୦୨୬ ରିଖ ଦିନ ସକାଳ ୬ ଘଟିକା ଠାରୁ ୧୧.୩୦ ଘଟିକା ପର୍ଯ୍ୟନ୍ତ ପୂର୍ଣ୍ଣ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହେବ। ସେହିପରି ୨୬.୦୧.୨୦୨୬ ରିଖ ଦିନ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ସକାଳ ୬ ଘଟିକାରୁ ରାଜ୍ୟସ୍ତରୀୟ ପ୍ୟାରେଡ୍ ସରିବା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ସୁଗମନାଗମନ ଓ ପାକିଂ ନିମନ୍ତେ ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ଭୁବନେଶ୍ବର–କଟକ, ପୁଲିସ କମିଶନରେଟ୍ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡ଼ର) ୨୦୦୮ର ଧାରା ୩୬ ଓ ୩୭କୁ ଆଧାର କରି କଟକଣା ଗୁଡ଼ିକ ଲାଗୁ କରାଯାଇଛି। ଜାଣନ୍ତୁ କଣ ରହିଛି ଟ୍ରାଫିକ କଟକଣା…
କୌଣସି ପ୍ରକାର ଭାରୀଯାନ ରାମମନ୍ଦିର ଏବଂ ରାଜମହଲ ଛକ ପଟୁ ମାଷ୍ଟରକ୍ୟାଣ୍ଟିନ୍ ଛକକୁ ଯିବାକୁ ଦିଆଯିବ ନାହଁ। କେବଳ ଦୁଇଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଆଡ଼କୁ ଆସିପାରିବେ କିନ୍ତୁ ପି.ଏମ.ଜି. ଛକ ଆଡ଼କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ।
ହାଉସିଂବୋର୍ଡ ଛକ ପଟୁ ରବିନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ଯାନବାହାନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ଆଗକୁ ନଯାଇ ସେହିଠାରୁ ବାମପଟ ଲେନ୍ ଦେଇ ଯାଇପାରିବେ। ସେହିପରି ଏ.ଜି. ଛକରୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ଗଳି ରାସ୍ତା ଦେଇ ଇଡକଲ୍ ଅଡିଟୋରିୟମ୍ ପଟକୁ ଯିବେ।
୧୨୦ ବାଟାଲିୟନ୍ ଛକରୁ ରବିନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଏମ୍.ଏଲ୍.ଏ. କଲୋନୀ ରାସ୍ତା ଦେଇ ୪ ନମ୍ବର ଆଡ଼କୁ ଯିବେ। ମହାତ୍ମା ଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ୍ ଓ ବାଇଲେନ୍ ଗୁଡ଼ିକରେ ଯାନବାହାନ ଚଳାଚଳ ବନ୍ଦ ରହିବ। କେବଳ ପଦଚାରୀ ମାନେ ଚାଲିକରି ମହାତ୍ମା ଗାନ୍ଧୀ ମାର୍ଗକୁ ଆସିପାରିବେ।
ପାର୍କ ନିମନ୍ତେ ନିର୍ଧାରିତ ହୋଇଥିବା ସ୍ଥାନ:-
୧. ରେଳଷ୍ଟେସନ ପାଖ ବି.ଡ଼ି.ଏ. ବସଷ୍ଟାଣ୍ଡ
୨.କଂଗ୍ରେସ ଭବନ ପାଖ ଖୋଲା ସ୍ଥାନ
୩.ଇଡକଲ୍ ଅଡିଟୋରିୟମ୍ ପାଖ ଖୋଲା ସ୍ଥାନ
୪.ଜୟଦେବ ଭବନ ସାମ୍ନାରେ ଥିବା ଖୋଲା ସ୍ଥାନ
୫. ରବିନ୍ଦ୍ରମଣ୍ଡପ ହତା ଭିତର ଖୋଲା ସ୍ଥାନ
୬.୩ ନମ୍ବର ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନାରେ ଥିବା ଖୋଲା ସ୍ଥାନ
୭.୨ ନମ୍ବର ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆ
ଅପରପକ୍ଷରେ ତା. ୨୬.୦୧.୨୦୨୬ ରିଖ ସକାଳ ୬.୦୦ ଘଟିକା ଠାରୁ ପ୍ୟାରେଡ୍ ସରିବା ପର୍ଯ୍ୟନ୍ତ ପି.ଏମ.ଜି. ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ମଧ୍ଯରେ ଗ୍ୟାସ ବେଲୁନ୍ ବିକ୍ରି ନିଷେଧ କରାଯାଇଛି। ଉପରୋକ୍ତ ନିର୍ଦ୍ଦେଶନାମା ଉଲଂଘନକାରୀଙ୍କଠାରୁ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ର ଧାରା ୯୬ ଅନୁଯାୟୀ ଜୋରିମାନା ଆଦାୟ କରାଯିବ ବୋଲି କୁହାଯାଇଛି।