କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଜଣେ ମହିଳା ଏବଂ ତାଙ୍କ ଶିଶୁକନ୍ୟାଙ୍କୁ ସୋଇଥିବା ଅବସ୍ଥାରେ ନିଆଁ ଲଗାଇ ଦେଇଛନ୍ତି ନିଜେ ଶ୍ୱଶୁର। ତେବେ ଦୁହେଁ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଛନ୍ତି।
ପୀଡିତା ସସ୍ମିତା ଦାସ ଆଠ ବର୍ଷ ତଳେ ସୁଶାନ୍ତ ରାୟଙ୍କୁ ବିବାହ କରିଥିଲେ। କିନ୍ତୁ ପୁଅ ବଦଳରେ ସେ ଝିଅ ଜନ୍ମ କରିବାରୁ ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ତେବେ ସୁଶାନ୍ତଙ୍କ ପୂର୍ବରୁ ଦୁଇଟି ଝିଅ ଅଛନ୍ତି।
ଗଣମାଧ୍ୟମକୁ ସସ୍ମିତା ସୂଚନା ଦେଇ କହିଛନ୍ତି ଯେ ଶ୍ୱଶୁର ନିକଟସ୍ଥ ବଜାରରୁ ପେଟ୍ରୋଲ ଆଣି ସେ ଏବଂ ନବଜାତ ଶିଶୁ ଶୋଇଥିବା ବିଛଣାରେ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା ଏବଂ ଘର ଭିତରେ ଥିବା ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ତେବେ ଘର ଭିତରେ ଅନ୍ଧାର ଥିବାରୁ ସେ ଝିଅକୁ ନ ପାଇ ଦୌଡ଼ି ପଳାଇଥିଲେ। ହେଲେ ପୁଣି ଝିଅକୁ ନେବାକୁ ଫେରିଥିଲା ବେଳେ ଶ୍ୱଶୁର ଘର ଲୋକେ ତାଙ୍କୁ ଆକ୍ରମଣ କରିଥିଲେ। ଯାହାପରେ ସେ ନିଜକୁ ଏବଂ ଶିଶୁର ଜୀବନ ରକ୍ଷା କରିବା ପାଇଁ ସାରା ରାତି ଘର ବାହାରେ ବିତାଇଥିଲେ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଝିଅ ଜନ୍ମ ଦେବା ପରେ ତାଙ୍କୁ ହସ୍ପିଟାଲରେ ଛାଡ଼ି ପଳାଇଥିଲେ ପରିବାର ଲୋକେ।