ଭଦ୍ରକ: ଥମୁନି ଗୋ-ଚାଲାଣ । ତେଲ ଟ୍ୟାଙ୍କରରେ ଅଭିନବ ଉପାୟରେ ଗୋଚାଲାଣ କରୁଛନ୍ତି ଗୋ-ମାଫିଆ । ବେଆଇନ୍ ଭାବେ ଗୋ-ଚାଲାଣ ବେଳେ ମାଡ଼ିବସିଥିଲେ ଗୋ-ରକ୍ଷକ । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଧାମନଗର ଥାନା ବାରିକପୁର ଛକ ନିକଟରେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକମାନେ। ଏହି ପେଟ୍ରୋଲ ଟ୍ୟାଙ୍କର ଭିତରୁ ୩୫ରୁ ଅଧିକ ଗୋରୁ ଭର୍ତ୍ତି ହୋଇ ରହିଥିଲେ । ଯାହାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।
ଖବରମୁତାବକ, ଏକ ପେଟ୍ରୋଲ ଟ୍ୟାଙ୍କର ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା । ଗୋ-ରକ୍ଷକମାନେ ପେଟ୍ରୋଲ ଟ୍ୟାଙ୍କରକୁ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଧାମନଗର ଥାନା ବାରିକପୁର ଛକ ନିକଟରେ ଅଟକାଇଥିଲେ । ୩୫ରୁ ଅଧିକ ଗୋରୁ ଭର୍ତ୍ତି ହୋଇ ରହିଥିଲେ । ତେବେ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଭାବେ ଗୋ-ଚାଲାଣ କରୁଥିବା ଟ୍ୟାଙ୍କରକୁ ଜବତ କରିଛି ।