ପୁରୀ: ସ୍ଥାନୀୟ ୟୁଥ ହଷ୍ଟେଲଠାରେ ପ୍ରଥମ ଅନୁରାଗ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ସଭାପତି ମାନସ ରଞ୍ଜନ ମହାପାତ୍ର ଏଥିରେ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଗାନ୍ଧୀବାଦ ଚିନ୍ତକ ଉମାବଲ୍ଲଭ ମହାପାତ୍ର, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସମାଜସେବୀ ମନୋଜ ରଥ,ରାଜେଶ ମିଶ୍ର, ତରୁଣ ତପନ ମହାନ୍ତି ଓ ବିଜୟ କୁମାର ପଣ୍ଡା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ସଂସଦର ସମ୍ପାଦକ ବିଶ୍ୱମିତ ମିଶ୍ର ସମ୍ୟକ ସୂଚନା ଦେଇ ବିବରଣୀ ପାଠ କରିଥିଲେ । ସର୍ବଶେଷରେ କାର୍ଯ୍ୟକାରୀ ସଭାପତି ଇଂ ସୂର୍ଯ୍ୟ ନାରାୟଣ ରଥ କୃତଜ୍ଞତା ଜ୍ଞାପନ କରିଥିଲେ ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କରିଥିବା ନେଇ ଶୈଳବାଳା ମହାପାତ୍ର, ମିନତୀ ରଥ, ବିଜୟକୃଷ୍ଣ ବ୍ରହ୍ମା, ନୃସିଂହ ମହାପାତ୍ର ଓ ଅନିଲ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଶୁ ମିଶ୍ରଙ୍କ ଏକ ଚମତ୍କାର ମିଛକଥା ଓ ବିଶୁ ମିଶ୍ର ଶୀର୍ଷକ ଆଲୋଚନାରେ ସାମ୍ବାଦିକ ବିଜୟ ପଟ୍ଟନାୟକ ଲେଖିକା ତଥା ସମ୍ପାଦିକା ଶୈଳବାଳା ମହାପାତ୍ର ଆଲୋଚନା କରିଥିଲେ । ପ୍ରଥମ ବିଶୁ ମିଶ୍ର ସ୍ମାରକୀ ବକ୍ତୃତା ଦେଇ ପ୍ରଫେସର ଭଗବାନ ଜୟସିଂହ ବିଶ୍ୱାୟନ ସାହିତ୍ୟ ବିଷୟରେ ଏକ ବିଶେଷ ବକ୍ତୃତା ରଖିଥିଲେ ।
ଦ୍ୱିତୀୟ ଅଧିବେଶନରେ ଗତ ଏକ ବର୍ଷ ଧରି ଅନୁରାଗ ଟାଇମ୍ସ ଦ୍ୱାରା ହେଉଥିବା ଶ୍ରୀକ୍ଷେତ୍ର ଗର୍ବ ଓ ଗୌରବ ସ୍ତମ୍ଭରେ ସ୍ଥାନୀତ ଲେଖକମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ କବି ମଞ୍ଜୁଶ୍ରୀ ମିଶ୍ର ସଭାପତିତ୍ୱ କରିଥିଲେ । ଏହି ଅବସରରେ ଆୟୋଜିତ କବିତା ପାଠ ଉତ୍ସବରେ କବି ସୌଭାଗ୍ୟା ପଟ୍ଟନାୟକ ସଭାପତିତ୍ୱ କରିଥିଲେ ଏବଂ ସର୍ବାଣୀ ଦାସ, ବିଶ୍ୱପ୍ରୀତ ମିଶ୍ର ଓ ଚିତ୍ରଲେଖା ମିଶ୍ର ସଂଯୋଜନା କରିଥିଲେ ।
ପୁରୀର ସୂଚନା ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ ସେଠୀ ଏହି କବି ସମ୍ମିଳନୀରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶାର ବିଶିଷ୍ଟ କବି ଡକ୍ଟର ଚିତରଂଜନ ମିଶ୍ର, ଅଜୟ ପ୍ରଧାନ, ଶୈଳବାଳା ମହାପାତ୍ର, ଉମାକାନ୍ତ ମହାପାତ୍ର, ନିର୍ମଳ ଚନ୍ଦ୍ର ମିଶ୍ର, ତରୁଣ ତପନ ମହାନ୍ତି, ବିଜୟ କୁମାର ପଣ୍ଡା, ଆଲୋକ ପ୍ରଧାନ, ସୁଦୀପ୍ତା ମିଶ୍ର, ସନ୍ୟାସୀ ନାୟକ,ଶ୍ୟାମପ୍ରକାଶ ସେନାପତି ଓ ବିଚିତ୍ରା ଦାଶ ପ୍ରମୂଖ ଯୋଗ ଦେଇଥିଲେ । ଧଡୁ ମହାପାତ୍ର ଓ ଗୌରବ ମିଶ୍ର ସହଯୋଗ କରିଥିଲେ ।