Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ

ଜାମସେଦପୁର: ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମୁକାବିଲାରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଝାରଖଣ୍ଡ ବିପକ୍ଷରେ ଓଡିଶା ୨୨୧ ରନର ଅଗ୍ରଣୀ ହାସଲ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶା ୮ ୱିକେଟ ହରାଇ ୨୦୨ ରନ କରିଛି । ଗୋବିନ୍ଦ ପୋଦ୍ଦାର ୨୨ ରନ କରି ଅପରାଜିତ ରହିଛନ୍ତି । ଶୁଭ୍ରାଂଶୁ ସେନାପତି ସର୍ବାଧିକ ୭୩ ରନ କରିଥିଲେ । ସନ୍ଦୀପ ପଟ୍ଟନାୟକ ୨୦, ଅନୀଲ ପରିଡା ୨୮, ବିପ୍ଲବ ସାମନ୍ତରାୟ ୧୩, ସମ୍ବିତ ବରାଳ ୭, ସାୱନ ପହରିୟା ୬ ଓ ରାଜେଶ ମହାନ୍ତି ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ । କ୍ରିଜରେ ତିଷ୍ଠି ରହିବା ପାଇଁ ବ୍ୟାଟ୍ସମ୍ୟାନମାନେ ଆବଶ୍ୟକ ଉଦ୍ୟମ କରି ନ ଥିଲେ ।

ଝାରଖଣ୍ଡ ପକ୍ଷରୁ ଅଙ୍କୁଲ ରାୟ ୪ଟି ଓ ଆଦିତ୍ୟ ସିଂ ୩ଟି ୱିକେଟ ନେଇଥିଲେ । ଓଡିଶା ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଏବେ ପରାଜୟ ଆଶଙ୍କା ଏଡାଇବା ପାଇଁ ୪ର୍ଥ ଦିବସରେ ଅଧିକରୁ ଅଧିକ ଓଭର ଖେଳିବାକୁ ପଡିବ । ଓଡିଶା ପ୍ରଥମ ଇନିଂସରେ ୨୮୨ ରନ କରିଥିଲା । ଏହାର ଜବାବରେ ଝାରଖଣ୍ଡ ୨୬୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଶିଖର ମୋହନ ୮୦ ଓ ରବିନ ମିଞ୍ଜ ୫୨ ରନ କରିଥିଲେ । ଓଡିଶା ପକ୍ଷରୁ ସୟେଦ ଟଫେଲ ୪ଟି ଓ ଗୋବିନ୍ଦ ପୋଦ୍ଦାର ୩ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.