ବୌଦ୍ଧ: ପୋଲିସ ଚଢାଉ କରି ପ୍ରାୟ ୮୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବାଉଁସୁଣୀ ଥାନାର ରଙ୍ଗାମାଟିଆ ଜଙ୍ଗଲ ପାଖ ରାସ୍ତାରେ ଗୁରୁବାର ରାତିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ପୋଲିସ ଚଢାଉ କରି ୮୦ କେଜି ଗଞ୍ଜେଇ ସହ ଗୋଟିଏ ବାଇକ ଜବତ କରିଛି।
ଗିରଫ ଅଭିଯୁକ୍ତ ଜଣକ ହେଲେ ମୁଣ୍ଡିପଦର ଗ୍ରାମର ଭୁଲକୁ ଦନାୟକ ।
ଖବରମୁତାବକ,ରାସ୍ତା ପାର୍ଶ୍ୱରେ ଗଞ୍ଜେଇ ଗଚ୍ଛିତ କରି ଗଞ୍ଜେଇ ଚାଲାଣ କରିବା ପାଇଁ ଅପେକ୍ଷା କରିଥିଲା । ବାଉଁସୁଣୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ମାର୍ଜିଷ୍ଟେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା। ଏହା ୮୦ କେଜି ୪୦୦ ଗ୍ରାମ ହୋଇଥିଲା ।