Latest Odisha News

BREAKING NEWS

Ganja Seized: ୮୦ କେଜି ଗଞ୍ଜେଇ ଜବତ, ବନ୍ଧାହେଲା ଅଭିଯୁକ୍ତ

ବୌଦ୍ଧ: ପୋଲିସ ଚଢାଉ କରି ପ୍ରାୟ ୮୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବାଉଁସୁଣୀ ଥାନାର ରଙ୍ଗାମାଟିଆ ଜଙ୍ଗଲ ପାଖ ରାସ୍ତାରେ ଗୁରୁବାର ରାତିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ପୋଲିସ ଚଢାଉ କରି ୮୦ କେଜି ଗଞ୍ଜେଇ ସହ ଗୋଟିଏ ବାଇକ ଜବତ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ମୁଣ୍ଡିପଦର ଗ୍ରାମର ଭୁଲକୁ ଦନାୟକ ।

ଖବରମୁତାବକ,ରାସ୍ତା ପାର୍ଶ୍ୱରେ ଗଞ୍ଜେଇ ଗଚ୍ଛିତ କରି ଗଞ୍ଜେଇ ଚାଲାଣ କରିବା ପାଇଁ ଅପେକ୍ଷା କରିଥିଲା । ବାଉଁସୁଣୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ମାର୍ଜିଷ୍ଟେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା। ଏହା ୮୦ କେଜି ୪୦୦ ଗ୍ରାମ ହୋଇଥିଲା ।

Leave A Reply

Your email address will not be published.