Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ଟ୍ରାଫିକ କଟକଣା; ଜାଣନ୍ତୁ କେଉଁ ପଟେ ଯିବେ…

ପୁରୀ: ଫେବୃଆରୀ ୩ ଏବଂ ୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନଜରରେ ରଖି ପୁରୀ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହିତ ଟ୍ରାଫିକ୍ କଟକଣା ଜାରି କରାଯାଇଛି।

 

ଯାନଚଳାଚଳ ନିଷେଧିତ ଅଞ୍ଚଳ ୦୩.୦୨.୨୦୨୬ (ଦିନ ୨ଟା ଠାରୁ ମହାମହିମ ରାଷ୍ଟ୍ରପତିଙ୍କ ଆଗମନ ପର୍ଯ୍ୟନ୍ତ) 

ହେଲିପ୍ୟାଡ ଛକ ଠାରୁ ଲୋକଭବନ ପର୍ଯ୍ୟନ୍ତ ସୁଭାଷ ବୋସ ଛକ ମାର୍ଗ- ତାରିଖ ୦୪.୦୨.୨୦୨୬(ପ୍ରଭାତ ୫.୦୦ଟା ଠାରୁ ମହାମହିମ ରାଷ୍ଟ୍ରପତିଙ୍କ ପ୍ରସ୍ଥାନ ପର୍ଯ୍ୟନ୍ତ)

ଲୋକଭବନ ଠାରୁ ଗ୍ରାଣ୍ଡ ସେଣ୍ଟର ପର୍ଯ୍ୟନ୍ତ ଭି.ଆଇ.ପି. ରୋଡ଼ ମାର୍ଗ

ଗ୍ରାଣ୍ଡ ସେଣ୍ଟର ଠାରୁ ହେଲିପ୍ୟାଡ ପର୍ଯ୍ୟନ୍ତ ସୁଭାଷ ବୋସ ଛକ ଓ ସି.ଟି. ରୋଡ଼ ମାର୍ଗ ବସ୍

କୋଣାର୍କ ପାର୍ଶ୍ବ ଠାରୁ ଆସୁଥିବା ସମସ୍ତ ବସ୍ (ପର୍ଯ୍ୟଟକ ବସ୍ ସହିତ) ତଳବାଣିଆରେ ପାକିଂ କରିବେ ।

ଲାଇଟ୍ ମୋଟର ଭେହିକଲ୍ / କାର

କୋଣାର୍କ ପାର୍ଶ୍ବ ଠାରୁ ପୁରୀ ସହର ଦିଗକୁ ଆସୁଥିବା LMV / କାର ଗୁଡ଼ିକ ବାଇଦାସନଗର- ROB – ବାଟଗାଁ – ଅଠରନଳା – ବାନାମ୍ବର ଛକ – କୁମ୍ଭାରପଡ଼ା ଥାନା – ବଡ଼ଶଙ୍ଖ– ରେଡ୍ କ୍ରସ ରୋଡ଼ ମାର୍ଗରେ ଯାତାୟାତ କରିବେ। ଫେରନ୍ତା ମାର୍ଗ ମଧ୍ୟ ଏହି ମାର୍ଗ ରହିବ ।

 
Leave A Reply

Your email address will not be published.