Latest Odisha News

BREAKING NEWS

ପୁରୀ ରାଜଭବନ ସମ୍ପର୍କିତ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ

ଭୁବନେଶ୍ୱର: ପୁରୀ ରାଜଭବନ ସମ୍ପର୍କିତ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛି ଅଲ ଓଡ଼ିଶା ଭେଟେରାନ୍ ସୋଲଜର୍ସ ଆସୋସିଏସନ।

ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ୭ ଜୁଲାଇ ୨୦୨୪ରେ ପୁରୀ ରାଜଭବନ ସମ୍ପର୍କିତ ଯେଉଁ ଘଟଣା ବିଷୟରେ ASO ବୈକୁଣ୍ଠ ପ୍ରଧାନଙ୍କ ଦ୍ବାରା ଅଭିଯୋଗ ଉଠାଯାଇଥିଲା, ସେହି ଅଭିଯୋଗ ଆଧାରରେ ସଂଗଠନ ତରଫରୁ ଏକ ନିରପେକ୍ଷ ଓ ପାରଦର୍ଶୀ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମଧ୍ୟ ପ୍ରେରଣ କରାଯାଇଥିଲା।

ତେବେ ଅଭିଯୋଗରେ ବୈକୁଣ୍ଠ ପ୍ରଧାନ କହିଥିଲେ ଯେ ତାଙ୍କ ପାଖରେ ଘଟଣା ସମୟର ଭିଡିଓ ପ୍ରମାଣ ଅଛି ଏବଂ ସେହି ପ୍ରମାଣ ଠିକ ସମୟରେ ନ୍ୟାୟପାଳିକା ଓ ସଂଗଠନକୁ ହସ୍ତାନ୍ତର କରିବେ । କିନ୍ତୁ ପରବର୍ତୀ ସମୟରେ ବାରମ୍ବାର ଅନୁରୋଧ ସତ୍ତ୍ଵେ ସେ କୌଣସି ପ୍ରମାଣ କାହାକୁ ଦେଇନଥିଲେ | ଏଥିପାଇଁ ଯେତବେଳେ ଅଲ ଓଡିଶା ଭେଟେରାନ ସୋଲଜରସ ସଂଘ ତାଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥୁଲା ସେ ସଂଗଠନ ବିରୁଦ୍ଧ ରେ ଯାଇ କାର୍ଯ୍ୟକର୍ତ୍ତା ମାନଙ୍କୁ କୋର୍ଟ ନୋଟିସ ପଠାଇ ମିଛ କେଶ୍ ରେ ଫସାଇବା ପାଇଁ ଉଦ୍ୟମ କରିଥିଲେ । ଏପରିକି ସେ ଅଭିଯୋଗ କରିଥିବା ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଭୁଲିଯାଇ ଯେଉଁ ସଂଗଠନ ତାଙ୍କ ପାଇଁ ରାଜରାସ୍ତାରେ ଧାରଣା ଦେଉଥିଲା ତା ବିରୁଦ୍ଧରେ ଯାଇଥିଲେ। ତାଙ୍କର ଏହି କାର୍ଯ୍ୟକଳାପ କେବଳ ତାଙ୍କ କେଳେଙ୍କାରୀ ଲୁଚାଇବାର ବଡ ପ୍ରୟାସ ଥିଲା | ଅଲ ଓଡିଶା ଭେଟେରାନ ସୋଲଜରସ ସଂଘକୁ ମିଛ କହି ସେ ତାଙ୍କ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିଥିଲେ |

ଅଲ ଓଡିଶା ଭେଟେରାନ ସୋଲଜରସ ସଂଘର ଆଭ୍ୟନ୍ତରୀଣ କମିଟିର ତଦନ୍ତରେ ଜଣାପଡିଲା ଯେ ଏହି ଘଟଣା କେବେଳ ନିଜର ବ୍ୟକ୍ତିଗତ ସ୍ବାର୍ଥକୁ ଦୃଷ୍ଟିରେ ରଖି କରାଯାଇଥିଲା | ପୁରୀ ରାଜଭବନ ଘଟଣା ପରେ ତାଙ୍କ ସରକାରୀ ବାସ ଭବନ ରାଜନେତାଙ୍କ ଆଡ଼ା ସ୍ଥଳୀ ଥିଲା। ସେ ସମସ୍ତଙ୍କୁ ମିଛ କହି ତାଙ୍କର ବ୍ୟକ୍ତିଗତ ଲାଭ ଉଠାଇଛନ୍ତି | ଘଟଣା ପରେ ସେ ତାଙ୍କ ସଚିବାଳୟ ସେବା ସଂଘ ର ମଧ୍ୟ ସାହାଯ୍ୟ ନେଇଥିଲେ କିନ୍ତୁ ପରେ ସେ ତାଙ୍କ ସଂଘକୁ ସହଯୋଗ କରିନଥିଲେ। ସେ ମଧ୍ୟ ଆମ ସଂଗଠନ ସହ ସହଯୋଗ ନକରି ରାଜନୈତିକ ବ୍ୟକ୍ତି ସହ ସମ୍ପର୍କରେ ଥିଲେ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି।

 

Leave A Reply

Your email address will not be published.