Latest Odisha News

BREAKING NEWS

ଅପରେସନ ଗ୍ରୀନ କ୍ଲିନ୍: ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରି ପୋଡିଲା ଅବକାରୀ ବିଭାଗ

କୋରାପୁଟ: କୋରାପୁଟ ଜିଲ୍ଲା ଅପରେସନ ଗ୍ରୀନ କ୍ଲିନ୍ ଜରିଆରେ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଅବକାରୀ ଓ ପୋଲିସ ମିଳିତ ଭାବେ ଚଢାଉ କରି ୩୮ ଏକର ଜମିରେ ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି । କୋରାପୁଟ ଅବକାରୀ ଅଧୀକ୍ଷକ ଅରୁଣ ପାଢ଼ୀ ଏବଂ ବୈପାରିଗୁଡା ଥାନା ଓଆଇସି ଡମ୍ବରୁ ଧର ବାତ୍ରିଆଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ କରାଯାଇଛି ।

ଗଞ୍ଜେଇ ଚାଷ ନଷ୍ଟ କରିବା ପରେ ନିଆଁରେ ପୋଡ଼ି ଦିଆଯାଇଛି । ବୈପାରିଗୁଡା ଥାନା ଜି. ମାଝିଗୁଡା ପଞ୍ଚାୟତର କଟ୍ରାଗୁଡା ଏବଂ ଭାଟିଗୁଡା ଗାଁର ଆଖପାଖ ଅଞ୍ଚଳର ଜଙ୍ଗଲ ଭିତରେ ବେଆଇନ ଭାବେ ହୋଇଥିଲା ଗଞ୍ଜେଇ ଚାଷ । ବୈପାରିଗୁଡା ବ୍ଲକର ଅଧିକାଂଶ ଅଞ୍ଚଳ ଦୁର୍ଗମ ତଥା ପୂର୍ବରୁ ମାଓପ୍ରବଣ ଥିବାରୁ ଗଞ୍ଜେଇ ଚାଷ କରାଯାଉଥିଲା ।

Leave A Reply

Your email address will not be published.