Latest Odisha News

ହକି ପରେ ଆନ୍ତର୍ଜାତୀୟ କ୍ରିକେଟ ଖେଳି ଚର୍ଚ୍ଚାରେ ମ୍ୟାଡସେନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରେ ଓଭରାଲ ୨୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ଇଟାଲୀ ଟିମ ୱେନ ମ୍ୟାଡସେନଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ତେବେ ଏହି ୪୨ ବର୍ଷୀୟ ଖେଳାଳିଜଣଙ୍କ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନ୍ତର୍ଜାତୀୟ ହକି ମ୍ୟାଚ ଖେଳି ସାରିଛନ୍ତି । ୨୦ ବର୍ଷ ତଳେ ସେ ଦକ୍ଷିଣ ଆଫ୍ରିକା ତରଫରୁ ହକି ବିଶ୍ୱକପ ମଧ୍ୟ ଖେଳିଥିଲେ । ଅବସର ନେବା ପରେ ସେ ଇଟାଲୀରେ ରହିଥିଲେ । ଟି୨୦ ବିଶ୍ୱକପ ପୂର୍ବରୁ ଆୟୋଜିତ ଅଭ୍ୟାସ ମ୍ୟାଚରେ ଇଟାଲୀ ତାର ପ୍ରଥମ ମ୍ୟାଚରେ କାନାଡାକୁ ପରାସ୍ତ କରିଛି । ମ୍ୟାଡସେନ ୧୧ ବଲରୁ ୧୦ ରନ କରିଥିଲେ ।

୨୦୨୩ରେ ସେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ୭ଟି ମ୍ୟାଚରେ ୨ଟି ଅର୍ଦ୍ଧଶତକ ସହ ୨୦୫ ରନ କରିଛନ୍ତି । ସେ ଓଭରାଲ ୨୧୯ଟି ଟି୨୦ ମ୍ୟାଚ ଖେଳିଛନ୍ତି । ୨୧୧ ଇନିଂସରେ ୨ଟି ଶତକ ଓ ୨୫ ଅର୍ଦ୍ଧଶତକ ସହ ୬୬୧୬ ରନ କରିଛନ୍ତି । ଏଥିସହ ସେ ୨୨ଟି ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ଫେବୃୟାରୀ ୯ରେ ସ୍କଟଲାଣ୍ଡ ବିପକ୍ଷରେ ଇଟାଲୀ ତାର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।

Leave A Reply

Your email address will not be published.