Latest Odisha News

ମୁମ୍ବାଇ ଏୟାରପୋର୍ଟରେ ଧକ୍କା ହେଲା ଦୁଇ ବିମାନର ୱିଙ୍ଗସ… 

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ରନୱେ ନିକଟରେ ଟ୍ୟାକ୍ସିୱେରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବିମାନର ଡେଣା ପରସ୍ପର ସହ ଧକ୍କା ହୋଇଥିଲା। ସୌଭାଗ୍ୟ ବଶତଃ ଏହି ଧକ୍କାରେ କୌଣସି ଯାତ୍ରୀ ଆହତ ହୋଇ ନାହାଁନ୍ତି ଏବଂ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ମୁମ୍ବାଇରୁ କୋଏମ୍ବାଟୁରକୁ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଏୟାର ଇଣ୍ଡିଆ ବିମାନ AI 2732 ଟ୍ୟାକ୍ସିୱେରେ ଅପେକ୍ଷା କରିଥିଲା। ସେହି ସମୟରେ ହାଇଦ୍ରାବାଦରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନ 6E 791 ଅବତରଣ କରିଥିଲା। ଏହି ସମୟରେ ଦୁଇଟି ବିମାନର ଡେଣା ପରସ୍ପର ସହିତ ଘଷି ହେବାରୁ ଏୟାର ଇଣ୍ଡିଆ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଏନେଇ ଦୁଇ ବିମାନ କମ୍ପାନୀ ପକ୍ଷରୁ ଆଧିକାରୀକ ସୂଚନା ଦିଆଯାଇଛି।

ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନକୁ ଯାନ୍ତ୍ରିକ ଯାଞ୍ଚ ପାଇଁ ଗ୍ରାଉଣ୍ଡ କରାଯାଇଛି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଥିଲା ବେଳେ ସେମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି।

ଇଣ୍ଡିଗୋ ମଧ୍ୟ ଏହି ଘଟଣାରେ କହିଛି ଯେ ପ୍ରୋଟୋକଲ ଅନୁଯାୟୀ, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି ଏବଂ ରକ୍ଷଣାବେକ୍ଷଣ ପାଇଁ ବିମାନର ଯାଞ୍ଚ କରାଯାଉଛି।

 

Leave A Reply

Your email address will not be published.