Latest Odisha News

BREAKING NEWS

Weather Update: ଆହୁରି ୫ ଦିନ କଲବଲ କରିବ କୁହୁଡି, ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ହାଡ ଭଙ୍ଗା ଶୀତରୁ କିଛି ମାତ୍ରାରେ ରକ୍ଷାପାଇଛନ୍ତି ଲୋକେ । ହେଲେ ଘନ କୁହୁଡି କଲବଲ କରୁଛି ରାଜ୍ୟବାସୀଙ୍କୁ । ସକାଳ ୧୦ ଯାଏଁ ରାସ୍ତା ଘାଟରେ ଯାତାୟତ କରିବା ମୁସ୍କିଲ ହୋଇପଡିଛି । ତେବେ ଏଭଳି ସ୍ଥିତି ଆହୁରି ୫ ଦିନ ଲାଗି ରହିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, କଟକ, ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ରାତି ତାପମାତ୍ରାରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବ ନାହିଁ । ମାତ୍ର ଏହାପରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ, ସମ୍ବଲପୁରରେ ସର୍ବାଧିକ ୩୧.୭ ଡିଗ୍ରୀ ରହିଥିବା ଜଣାପଡିଛି ।

Leave A Reply

Your email address will not be published.