ଭୁବନେଶ୍ୱର: ଅବକାରୀ ଆଇନକୁ ନେଇ ବଡ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ । ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ କରାଯିବ । ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜୋରଦାର ହେବ । ଅବୈଧ ନିଶା କାରବାର ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।
ଅବକାରୀ କର୍ମଚାରୀ ଓ ଅଫିସରଙ୍କୁ ସଶସ୍ତ୍ର ବାହିନୀ କରିବାକୁ ପ୍ରକ୍ରିୟା ଚାଲିଛି । ଚଢ଼ାଉ ବେଳେ ଏନଫୋର୍ସମେଣ୍ଟ ଟିମ୍ ବଡି କ୍ୟାମେରା ପିନ୍ଧିବେ । ଏହାଦ୍ୱାରା କୋର୍ଟରେ ଭିଡିଓ ପ୍ରମାଣ ଦେଇପାରିବେ ତଦନ୍ତକାରୀ ଅଫିସର । ଫଳରେ ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ଆଉ ଖସି ପାରିବେନି ବୋଲି ମନ୍ତ୍ରୀ କହିଛନ୍ତି ।