Latest Odisha News

BREAKING NEWS

ଫେବୃଆରୀ ୧୭ରୁ ବିଧାନସଭା ବଜେଟ୍ ଅଧିବେଶନ, ୧୬ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଫେବୃଆରୀ ୧୭ରୁ ବିଧାନସଭା ବଜେଟ୍ ଅଧିବେଶନ । ତା ପୂର୍ବରୁ ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଆଗାମୀ ବଜେଟ୍ ଅଧିବେଶନ ପାଇଁ ବସିବ ବୈଠକ । ଦିନ ୧୧ଟା ୩୦ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।

ଫେବୃଆରୀ ୧୭ରୁ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍ ଆଗତ କରିବେ ।

ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ । ଏଥିରେ ମୋଟ୍ ୨୮ଟି କାର୍ଯ୍ୟଦିବସ ରହିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୭ ତାରିଖରୁ ୨୪ ତାରିଖ ଯାଏଁ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.