Latest Odisha News

ପାକିସ୍ତାନ ବିପକ୍ଷ ମ୍ୟାଚ ମଧ୍ୟ ଖେଳି ନ ପାରନ୍ତି ଅଭିଷେକ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଅଭିଷେକ ଶର୍ମା ଆମେରିକା ବିପକ୍ଷ ପ୍ରଥମ ମ୍ୟାଚରେ ବିଫଳ ହୋଇଥିଲେ । ଆଘାତ ସମସ୍ୟା ଯୋଗୁ ଏବେ ସେ ନାମ୍ବିଆ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ନାହାନ୍ତି । ରିପୋର୍ଟ ମୁତାବକ ଅଭିଷେକ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ଦିଲ୍ଲୀରେ ଅଭିଷେକ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଗଙ୍ଗାରାମ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ନାମ୍ବିଆ ବିପକ୍ଷ ମୁକାବିଲା ପୂର୍ବରୁ ସୂର୍ଯ୍ୟକୁମାର କହିଥିଲେ ଅଭିଷେକ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନାହାନ୍ତି । ସେ ବୋଧହୁଏ ଆଉ ଗୋଟିଏ କିମ୍ବା ୨ଟି ମ୍ୟାଚ ମିସ କରିପାରନ୍ତି ।

ଫେବୃୟାରୀ ୧୫ରେ କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ୟୁଏସଏ ବିପକ୍ଷ ମ୍ୟାଚ ପରେ ଅଭିଷେକଙ୍କ ପେଟରେ ଯନ୍ତ୍ରଣା ଅନୂଭବ କରିଥିଲେ । ଏହା ପରେ ଅସୁସ୍ଥ ହୋଇ ପଡିଥିଲେ । ଡିହାଇଡ୍ରେଶନ ଯୋଗୁ ସେ ଦୁର୍ବଳ ମଧ୍ୟ ହୋଇ ପଡିଛନ୍ତି । ଅଭିଷେକଙ୍କ ସ୍ଥାନରେ ସଞ୍ଜୁ ସାମସନ ଖେଳିଛନ୍ତି । ସେ ଈଶାନ କିଶାନଙ୍କ ସହ ଓପନିଂ କରିବେ । ସଞ୍ଜୁ ନାମ୍ବିଆ ବିପକ୍ଷରେ ୮ ବଲରେ ୨୨ ରନ କରି ଆଉଟ ହୋଇଥିଲେ ।

Leave A Reply

Your email address will not be published.