Latest Odisha News

BREAKING NEWS

କେ-୪ ବାଲିଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ବିଶାଖାପଟନମ୍ ଉପକୂଳରୁ କେ-୪ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଏହା ନୌସେନା ଶକ୍ତି ବୃଦ୍ଧିରେ ଭାରତ ପାଇଁ ବଡ ସଫଳତା ଆଣିବ ବୋଲି କୁହାଯାଉଛି ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କେ-୪ ମିସାଇଲ ଚୀନର ରାଜଧାନୀ ବେଜିଂଠାରୁ ନେଇ ପାକିସ୍ତାନର ସମସ୍ତ ସହରକୁ ନିଜର ନିଶାନାରେ ରଖିବା କ୍ଷମତା ରହିଛି । ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସବ୍‌ମରାଇନ୍‌ରୁ ଏହି ମିସାଇଲକୁ ସଫଳ ଭାବେ ପରୀକ୍ଷଣ କରାଯାଇଛି ।

ସୂଚନା ମୁତାବକ ଡିଆର୍‌ଡିଓ ଦ୍ୱାରା ବିକଶିତ ଏହି ମିସାଇଲର କ୍ଷମତା ୩,୫୦୦ କିଲୋମିଟର ରହିଛି । ଶୁକ୍ରବାର ଏହି କ୍ଷେପଣାସ୍ତ୍ରକୁ ପାଣି ଭିତରୁ ନିକ୍ଷେପ କରାଯାଇଥିଲା । ଏହା ଆଣବିକ ଅସ୍ତ୍ରଶସ୍ତ୍ର ପରିବହନ କରିବାକୁ ସକ୍ଷମ ।

ଉଲ୍ଲେଖଯୋଗ୍ୟ ଯେ, ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ନୌସେନାର ସ୍ୱଦେଶୀ ଆଇଏନ୍‌ଏସ୍ ଅରିହନ୍ତ ଶ୍ରେଣୀର ଆଣବିକ ସଂପନ୍ନ ବୁଡା ଜାହାଜରେ ମୁତୟନ କରାଯିବ ।

Leave A Reply

Your email address will not be published.