Latest Odisha News

BREAKING NEWS

ସୁନ୍ଦରପଦା ବିସ୍ଫୋରଣ ଘଟଣା; ତନାଘନା କରୁଛି NIA

ଭୁବନେଶ୍ୱର: ନିକଟରେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ତଦନ୍ତକୁ ତୀବ୍ର କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)।

ସୂଚନା ଅନୁଯାୟୀ, ଘଟଣାର ଏକ ଭୟଙ୍କର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ଏନଆଇଏ ତଦନ୍ତକୁ ତ୍ୱରାନ୍ୱିତ କରିଥିବା ଜଣାପଡ଼ିଛି। ଫୁଟେଜରେ ଦେଖିବାକୁ ମିଳୁଛି ଯେ ବିସ୍ଫୋରଣ କେତେ ଭୟାନକ ଥିଲା। ଯେଉଁଥିରେ ଅତି କମରେ ଚାରି ଜଣ ଗୁରୁତର ଆହତ ହୋଇଥିଲେ।

ପୋଲିସ ସୂତ୍ର ଅନୁଯାୟୀ ଶାହନୱାଜ ବୋମା ଭିଡୁ ଥିବାବେଳେ ଏହା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ତାଙ୍କ ଭାବି ପତ୍ନୀ ଏବଂ ସହଯୋଗୀ ଅମିଆଙ୍କ ସମେତ ଚାରି ଜଣ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ସନ୍ଦେହ କରି ତଦନ୍ତ କରୁଛି NIA।

ଅପରପକ୍ଷରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ ଶୁଣି ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏପରିକି ଜୋରଦାର ଶବ୍ଦ ଶୁଣିବା ପରେ ସ୍ଥାନୀୟ ବାସିନ୍ଦାମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।

Leave A Reply

Your email address will not be published.