ମୁମ୍ବାଇ: ଅଭିନେତ୍ରୀ ୟାମି ଗୌତମଙ୍କୁ କ୍ଷମା ମାଗିଲେ ଅଭିନେତ୍ରୀ ରବୀନା ଟଣ୍ଡନ। ନିକଟରେ ରବୀନା ଟଣ୍ଡନ ଏକ ପଡକାଷ୍ଟ ସେସନରେ ଅଂଶଗ୍ରହଣ କରିଥିଲେ। ଧୁରନ୍ଧର ଦେଖିବା ପରେ ନିଜର ପ୍ରତିକ୍ରିୟା ବିଷୟରେ ସେଠାରେ କହିଥିଲେ।
ଯାହା ପରେ ୟାମି ଗୌତମଙ୍କୁ କ୍ଷମା ମାଗିଥିଲେ। ଏଥିସହିତ ଆଦିତ୍ୟଙ୍କ ସହ ତାଙ୍କର ମନ୍ତବ୍ୟ ବାଣ୍ଟିବାକୁ ମଧ୍ୟ କହିଥିଲେ।ସେ କହିଥିଲେ ଯେ “ଧୁରନ୍ଧର ଦେଖି ସାରିବା ପରେ ସେ ୟାମୀ ଗୌତମଙ୍କୁ ଡାକି କହିଥିଲେ ଯେ ସେ ତାଙ୍କ ସ୍ଵାମୀଙ୍କର ସବୁଠାରୁ ବଡ଼ ପ୍ରଶଂସକ। ପୁଷ୍ପା, KGF ଏବଂ ଧୁରନ୍ଧର ଭଳି ଫିଲ୍ମ ଦେଖିବା ପରେ ଦର୍ଶକମାନେ ବହୁତ ସନ୍ତୁଷ୍ଟ ଥିବା ନେଇ ରବୀନା, ୟାମୀଙ୍କୁ କହିଥିଲେ। ଏହି ଚଳଚ୍ଚିତ୍ର ମାନଙ୍କରେ ପ୍ରକୃତରେ ହିରୋ ଜଣେ ହିରୋ ଭଳି ଦେଖାଯାଉଛନ୍ତି ବୋଲି ସେ କହିଛନ୍ତି। ହିରୋ ମାନେ ନିଜ ଦେଶକୁ ଏହାର ସମସ୍ୟାକୁ ଓ ସେଗୁଡ଼ିକୁ ସମାଧାନ କରିବାକୁ ହାତ ବଢ଼ାଇଥିବା ନେଇ ମଧ୍ୟ କହିଛନ୍ତି। ତେବେ ଆଦିତ୍ୟ ଜଣେ ପ୍ରତିଭାଶାଳୀ ବ୍ୟକ୍ତି ଓ ତାଙ୍କ ନାମର ଅର୍ଥ “ମହାନ” ବୋଲି ସେ କହିଥିଲେ। ଧୁରନ୍ଧର ଫିଲ୍ମରେ ସଞ୍ଜୟ ଏବଂ ଅକ୍ଷୟ ଓ ସାରା ଚମତ୍କାର ଅଭିନୟ କରିଥିଲେ ବୋଲି ମଧ୍ୟ ସେ କହିଥିଲେ। ରାକେଶ ବେଦୀ ସାର୍ ଏବଂ ଗୌରବ ଗେରା ମଧ୍ୟ ନିଜ ଚରିତ୍ରକୁ ଖୁବ୍ ଭଲରେ ପରଦା ଉପରେ ପ୍ରତିଫଳିତ କରିଥିବା ନେଇ ସେ କହିଥିଲେ।
ସେହି କଥାବାର୍ତ୍ତା ସମୟରେ ରବୀନାଙ୍କୁ ଏହା ମଧ୍ୟ କୁହାଯାଇଥିଲା ଯେ ରଣବୀର ସିଂହ ତାଙ୍କର ସବୁଠାରୁ ବଡ଼ ପ୍ରଶଂସକମାନଙ୍କ ମଧ୍ୟରୁ ଜଣେ। ଯାହା ଶୁଣି ରବୀନା ବହୁତ ଖୁସି ମଧ୍ୟ ହୋଇଯାଇଥିଲେ।
ଗତବର୍ଷ ଡିସେମ୍ବର ୫ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିବା “ଧୁରନ୍ଧର” ବକ୍ସ ଅଫିସରେ ଏକ ବଡ଼ ହିଟ୍ ହୋଇଥିଲା। ଏହି ଫିଲ୍ମରେ ରଣବୀର ସିଂହ, ସଞ୍ଜୟ ଦତ୍ତ, ଅକ୍ଷୟ ଖାନ୍ନା, ଆର. ମାଧବନ, ଅର୍ଜୁନ ରାମପାଲ, ସାରା ଅର୍ଜୁନ ଏବଂ ରାକେଶ ବେଦୀ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।