Latest Odisha News

BREAKING NEWS

ଜେଲରେ ବିକ୍ରମ ପଣ୍ଡା ଅସୁସ୍ଥ, ପୁଣି ଏମକେସିଜିରେ ଭର୍ତ୍ତି

ବ୍ରହ୍ମପୁର: ପୁଣି ଜେଲରେ ଅସୁସ୍ଥ ହୋଇପଡ଼ିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ପେଟରେ ଯନ୍ତ୍ରଣା କାରଣରୁ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ଜେଲ ତରଫରୁ ତାଙ୍କୁ ଏମକେସିଜି କାଜୁଆଲଟିରେ ଭର୍ତ୍ତି କରାଯାଇଛି। ପେଟ ଓ ଛାତିରେ ଯନ୍ତ୍ରଣା ଯୋଗୁଁ ଜେଲ୍‌ରୁ ଆଣି ତାଙ୍କୁ ଏମକେସିଜିର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି।

କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ସର୍କଲ ଜେଲରୁ ଆଣି ମେଡିକାଲରେ ଭର୍ତ୍ତି କରିଛି ପୋଲିସ। ଘରୋଇ ଡାକ୍ତରଖାନାକୁ ରେଫର ହୋଇପାରନ୍ତି ବିକ୍ରମ। ମଙ୍ଗଳବାର ଉନ୍ନତ ଚିକିତ୍ସା ପାଇଁ ପିଟିସନ ହୋଇଥିବା ବେଳେ, ଆଜି ସହମତି ପତ୍ର ଦାଖଲ ହୋଇଥାନ୍ତା । ଗଲ୍ ବ୍ଲାଡର୍ ଷ୍ଟୋନ ସର୍ଜରୀ ପାଇଁ ସହମତି ପତ୍ର ଦାଖଲ ହୋଇଥାନ୍ତା।

ସୂଚନା ଯୋଗ୍ୟ ଯେ, ପୀତବାସ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ବିକ୍ରମ ପଣ୍ଡା ଗତ କିଛି ଦିନ ଧରି ଏମ୍‌କେସିଜିରେ ଚିକିତ୍ସାଧୀନ ଥିଲେ। ସର୍ଜରୀ ଲାଗି ୨ ଦିନ ତଳେ ସବୁ ପ୍ରସ୍ତୁତି ହେଇଥିଲା କିନ୍ତୁ ହଠାତ ଅତି ନାଟକୀୟ ଢଙ୍ଗରେ ଏମକେସିଜି କର୍ତ୍ତୃପକ୍ଷ ତାଙ୍କୁ ଡିସଚାର୍ଜ କରି ଜେଲକୁ ପଠାଇ ଦେଇଥିଲେ। ଏହାକୁ ନେଇ କୋର୍ଟରେ ବିକ୍ରମଙ୍କ ଓକିଲ ପିଟିସନ ଫାଇଲ କରିଛନ୍ତି। ବିକ୍ରମଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.