ଭୁବନେଶ୍ୱର: ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ। କଳିଙ୍ଗ ବିହାରରୁ ଅଭିଯୁକ୍ତକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ। ସେ ଜଣେ ନାବାଳକ ହୋଇଥିବା ପୋଲିସର ସୁଚନା ରହିଛି। ଅଭିଯୁକ୍ତର ବୟସ ୧୭ ବର୍ଷ। ସେ ପେଷାଦାର ନୁହେଁ, ପ୍ରଥମ ଥର ଏଭଳି ଅପରାଧ ଘଟାଇଥିବା ପୋଲିସ ସୂଚନା ଦେଇଛି।
ଘଟଣାଟି ଘଟିଛି ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟରେ। ତମାଣ୍ଡୋ ଥାନା ଅନ୍ତର୍ଗତ କେ୪ ରେ ଥିବା ଏକ ସୁନା ଦୋକାନରୁ ପାଖାପାଖି ୬ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ କରି ଫିଲ୍ମି ଷ୍ଚାଇଲରେ ଉଭାନ ହୋଇଯାଇଥିଲା। ଏହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା। ତେବେ ଏନେଇ ପୋଲିସ ସୂଚନା ପାଇବା ପରେ ୨୪ ଘଣ୍ଟା ଭିତରେ ଲୁଟେରାକୁ ଧରିଲା କମିଶନରେଟ ପୋଲିସ।
ଅଭିଯୁକ୍ତ ଠାରୁ ଲୁଟ୍ ଗହଣା ଜବତ କରାଯାଇଛି। ଲୁଟରେ ବ୍ୟବହୃତ ସ୍ପ୍ରେ ଓ ଗାଡି ମଧ୍ୟ ଜବତ ହୋଇଛି। ଗ୍ରାହକ ବେଶରେ ଏକ ଧଳା ସ୍କୁଟିରେ ଆସି ୬ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିଲେ ଦୁର୍ବୃତ୍ତ ।