Rashmika Mandanna-Vijay Deverakonda Wedding: ବିଜୟଙ୍କ ସହ ହାତକୁ ଦୁଇ ହାତ ହେବେ ରଶ୍ମିକା, ଇନଷ୍ଟାଗ୍ରାମ ଷ୍ଟୋରୀରେ କଲେ ରିଭିଲ୍…
ମୁମ୍ବାଇ: ସବୁ ଚର୍ଚ୍ଚା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ
ବିଜୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରଶ୍ମିକା
ଉଦୟପୁରରେ ଧୁମଧାମରେ ହେବ ବିବାହ ଉତ୍ସବ
ଦୀର୍ଘ ଦିନର କଳ୍ପନାଜଳ୍ପନାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ବିଜୟ ଦେବରକୋଣ୍ଡାଙ୍କ ସହ ବିବାହ ଉପରେ ମୋହର ଲଗାଇଲେ ନିଜେ ରଶ୍ମିକା ମନ୍ଧାନା । ଉଭୟଙ୍କ ସମ୍ପର୍କ ଓ ବିବାହ ନେଇ ଅନେକ ଦିନରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି ଅଭିନେତ୍ରୀ। ରଶ୍ମିକା ସୋସିଆଲ ମିଡିଆରେ ନିଜ ନୂଆ ଜୀବନ ଆରମ୍ଭ କରୁଥିବା ନେଇ ନିଶ୍ଚିତ କରିଛନ୍ତି । ବିଜୟଙ୍କ ସହ ବିବାହ କନଫର୍ମ କରିବା ସହ ୱେଡିଂ ଟାଇଟଲ୍ ‘Virosh’ ରଖିଥିବା କହିଛନ୍ତି ରଶ୍ମିକା। ତେବେ ସେ କାହିଁକି ଏହି ନାଁ ଦେଇଛନ୍ତି । ତାହା ବି ପ୍ରକାଶ କରିଛନ୍ତି ।
ତେବେ ରଶ୍ମିକା ମନ୍ଧାନା ଉଦୟପୁରରେ ଅତି ନିକଟତର ଲୋକଙ୍କ ସହ ବିଜୟ ଦେବରକୋଣ୍ଡାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏନେଇ ରଶ୍ମିକା ମନ୍ଧାନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ଲେଖିଛନ୍ତି, ”ଆମର ପ୍ରିୟ ବନ୍ଧୁମାନେ । ଆମେ କୌଣସି ଯୋଜନା କରିବା ପୂର୍ବରୁ, ନିଜ ପାଇଁ କିଛି ବାଛିବା ପୂର୍ବରୁ – ତୁମେ ଆମ ସହ ଥିଲ । ତୁମେ ଆମକୁ ଏତେ ଭଲପାଇବା ସହ ଏକ ନାମ ଦେଇଥିଲ । ତୁମେ ଆମକୁ ‘ବିରୋଶ’ (Virosh) ବୋଲି ଡାକୁଥିଲ। ତେଣୁ ଆଜି – ସମସ୍ତ ହୃଦୟ ସହ, ଆମେ ତୁମର ସମ୍ମାନାର୍ଥେ ଆମର ଏହି ମିଳନକୁ ସମର୍ପିତ କରୁଛୁ । ଆମେ ଏହାକୁ ‘ବିରୋଶର ବିବାହ’ ବୋଲି କହିବାକୁ ଚାହୁଁଛୁ । ଆମକୁ ଏତେ ଭଲପାଇବା ଦେଉଥିବା ପାଇଁ ଧନ୍ୟବାଦ । ତୁମେ ସବୁବେଳେ ଆମ ସହ ରହିବ । ବହୁତ ଭଲପାଇବା ।” ଯାହା ଅପଲୋଡ଼ ହେଉ ହେଉ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି ଉଭୟଙ୍କ ଫ୍ୟାନ୍ସ। ଉଭୟଙ୍କୁ ସେମାନଙ୍କର ନୂଆ ଜୀବନ ପାଇଁ ଶୁଭେଚ୍ଛାର ବର୍ଷା କରିଛନ୍ତି।
ତେବେ ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ଅକ୍ଟୋବର ୩, ୨୦୨୫ ରେ ହାଇଦ୍ରାବାଦରେ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି । ଏହି ଚର୍ଚ୍ଚିତ ଦମ୍ପତି ଫେବୃଆରୀ ୨୬ ତାରିଖରେ ଉଦୟପୁରରେ ଏକ ସିକ୍ରେଟ ବିବାହ କରିବେ, ଏବଂ ମାର୍ଚ୍ଚ ୪ ତାରିଖରେ ହାଇଦ୍ରାବାଦର ବଞ୍ଜାରା ହିଲ୍ସର ତାଜ କ୍ରିଷ୍ଣାରେ ଏକ ବଡ଼ ରିସେପ୍ସନ ପାର୍ଟି ଦେବେ। ଯାହାର ଗୋପନୀୟତାକୁ ସମ୍ମାନ ଜଣାଇବା ପାଇଁ ପ୍ରଶଂସକ ଏବଂ ଗଣମାଧ୍ୟମକୁ କଡ଼ା କରି ତାଗିଦ୍ କରିଛନ୍ତି ଉଭୟ ବିଜୟ ଏବଂ ରଶ୍ମିକାଙ୍କ ମ୍ୟାନେଜମେଣ୍ଟ ଟିମ୍ । ଏମିତିକି ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କୁ ଫୋନ୍ ବ୍ୟବହାର ନକରିବା କିମ୍ବା ଫଟୋ ଏବଂ ଭିଡିଓ ନ ଉଠାଇବା ପାଇଁ ପୂର୍ବରୁ ସୂଚନା ଦିଆଯାଇଛି ।
କହିରଖୁଛୁ କି, ଗୀତା ଗୋବିନ୍ଦମ୍ ଏବଂ ଡିଅର୍ କମରେଡ୍ ଭଳି ସୁପରହିଟ ଚଳଚ୍ଚିତ୍ରରେ ଏକାଠି କାମ କରିବା ପରଠାରୁ ଏହି ଅଭିନେତାମାନେ ପରସ୍ପର ସହ ସମ୍ପର୍କରେ ଅଛନ୍ତି ବୋଲି ଚର୍ଚ୍ଚା। ଯଦିଓ ପୂର୍ବରୁ ସେମାନେ କେବେବି ସାର୍ବଜନୀନ ଭାବରେ ସେମାନଙ୍କର ସମ୍ପର୍କକୁ ସ୍ୱୀକାର କରିନାହାଁନ୍ତି, ତଥାପି ସେମାନଙ୍କୁ ପ୍ରାୟତଃ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଛୁଟିଦିନ ଏକାଠି ବିତାଉଥିବା ଦେଖିବାକୁ ମିଳେ। ଯାହା ଫ୍ୟାନ୍ସମାନଙ୍କୁ ସେମାନଙ୍କ ଡେଟିଂ ନେଇ ଖୋରାକ ଯୋଗାଇଥିଲା। ବର୍ତ୍ତମାନ ଦୀର୍ଘ ବର୍ଷ ଡେଟିଂ ପରେ ଏବେ ସେମାନେ ଏହାକୁ ଅଫିସିଆଲି ଏକ ନାମ ଦେବାକୁ ଯାଉଛନ୍ତି।