Latest Odisha News

BREAKING NEWS

Hit And Run: ରାଜଧାନୀରେ ହିଟ୍ ଆଣ୍ଡ ରନ୍; ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା କାର୍

ଭୁବନେଶ୍ବର: ପୁଣି ରାଜଧାନୀରେ ସାମ୍ନାକୁ ଆସିଲା ହିଟ୍ ଆଣ୍ଡ ରନ୍ ମାମଲା । ଭୁବନେଶ୍ୱର କୋର୍ଟ ଆଗରେ ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା ଇନୋଭା କାର୍ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାର୍ ସହ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ, ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । କିଛି ସମୟ ଧରି ରାସ୍ତା ଜାମ୍ ହୋଇଯାଇଥିଲା । ଫଳରେ ଗାଡି ଯିବାଆସିବାରେ ଅସୁବିଧା ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଟ୍ରାଫିକ୍ ସମସ୍ୟା ଦୂର ହୋଇଥିଲା ।

ସୂଚନା ଅନୁଯାୟୀ, ସୋମବାର ସକାଳ ସମୟରେ ଏକ ବାଇକରେ ସ୍ବାମୀ-ସ୍ତ୍ରୀ ଓ ତାଙ୍କର ପିଲା ଯାଉଥିବାବେଳେ, ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଇନୋଭା କାର୍ ବାଇକକୁ ଧକ୍କା ଦେଇତିଲା । ଏହାପରେ କାରଟି ମହିଳାଙ୍କ ମୁଣ୍ଡରେ ମାଡ଼ିଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । ଅନ୍ୟପଟେ କିଲର୍ ଇନୋଭା ଗାଡ଼ିକୁ ଧରିବାକୁ ପୋଲିସ ବିଭିନ୍ନ ଛକରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.