ଭୁବନେଶ୍ୱର: ବର୍ଷକ ଭିତରେ ଆମ ବସ୍ ନେଇଛି ୭ ମୁଣ୍ଡ । ଆମ ବସ୍ ଦୁର୍ଘଟଣାରେ ଭୁବନେଶ୍ୱରରେ ସର୍ବାଧିକ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ଗୁରୁତର ହୋଇଛନ୍ତି ବୋଲି ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ସେହିପରି, ଭୁବନେଶ୍ୱରରେ ସର୍ବାଧିକ ୪ ଜଣ ଗୁରୁତର ହୋଇଥିବା ବେଳେ ପୁରୀ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଜଣେ ଲେଖାଏଁ ଗୁରୁତର ହୋଇଛନ୍ତି ।
ଏହି ବର୍ଷକ ମଧ୍ୟରେ ୨୮ ହଜାର ୭୦୦ ଥର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି ତାହା ସହ ସ୍ପିଡ଼ ଲିମିଟ କୁ ମଧ୍ୟ ଫିକ୍ସ କରାଯାଇଛି । ଇଲେକ୍ଟ୍ରିକ ବସ୍ ଗୁଡ଼ିକର ବେଗ ୩୫ କିମି ମଧ୍ୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡ଼ିଜେଲ ଚଳିତ ବର୍ଷର ବେଗ ୪୦ ଓ ରାଜପଥରେ ଚାଲୁଥିବା ଆମ ବସ୍ ଗୁଡ଼ିକର ବେଗ ୫୦ କିମି ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।