Latest Odisha News

BREAKING NEWS

FIH Pro League 2025-26: ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ହାସଲ କଲା ଭାରତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବିଜୟ ସହ FIH ପୁରୁଷ ପ୍ରୋ ଲିଗ୍ 2025-26ର ହୋବାର୍ଟ ପର୍ଯ୍ୟାୟକୁ ଶେଷ କରିଛି । ଚଳିତ ପ୍ରୋ ଲିଗ୍ ରେ ଭାରତୀୟ ହକି ଦଳର ଏହା ପ୍ରଥମ ବିଜୟ । ଆଜି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୋର ୧-୧ ଗୋଲ୍‌ରେ ଡ୍ର ରହିଥିଲା। ଏହାପରେ ୩-୧ ସୁଟଆଉଟରେ ବିଜୟୀ ହୋଇ ବୋନସ୍ ପଏଣ୍ଟ ହାସଲ କରିଛି ଟିମ୍ ଇଣ୍ଡିଆ ।

 

 

ସୂଚନାଥାଉକି, ଭାରତ ପକ୍ଷରୁ ଶିଳାନନ୍ଦ ଲାକ୍ରା (୫୧’) ଗୋଲ ସ୍କୋରର ଥିଲେ ଓ ଅଷ୍ଟ୍ରେଲିଆ ପାଇଁ ଅଧିନାୟକ ଜେରେମି ହେୱାର୍ଡ (୪୯’) ଗୋଲ ସ୍କୋର କରିଥିଲେ। ସୁଟଆଉଟରେ ଶିଳାନନ୍ଦ ଲାକ୍ରା, ମନିନ୍ଦର ସିଂହ ଏବଂ ବିଷ୍ଣୁକାନ୍ତ ସିଂହ ସଫଳତାର ସହ ଗୋଲ କରିଥିଲେ । ଏପଟେ ଯୁବ ଗୋଲକିପର ମୋହିତ ହୋନେନାହାଲ୍ଲି ଶଶିକୁମାର ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ସେଭ୍ କରିଥିଲେ।

 

 

ତେବେ ଆଜି ଭାରତୀୟ ଯୁବ ଗୋଲକିପର ମୋହିତ ଏଚ୍.ଏସ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।

ସୂଚନାଥାଉକି, ରାଉରକେଲା ପର୍ଯ୍ୟାୟରେ ଲଗାତାର ଚାରିଟି ମ୍ୟାଚ୍‌ ହାରିବା ପରେ ଅଷ୍ଟ୍ରେଲିଆର ହୋବର୍ଟ ପର୍ଯ୍ୟାୟ ପାଇଁ ଭାରତୀୟ ଦଳ ଗସ୍ତ କରିଥିଲେ । ଏହି ପର୍ଯ୍ୟାୟରେ ଭାରତୀୟ ଦଳ ପ୍ରଥମେ ସ୍ପେନକୁ ଭେଟିଥିଲେ । ଉକ୍ତ ମ୍ୟାଚରେ ସ୍ପେନ ଠାରୁ ୨-୦ଗୋଲ୍ ରେ ପରାସ୍ତ ହୋଇଥିଲା ଭାରତ । ୨ୟ ମ୍ୟାଚରେ ଘରୋଇ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଡ୍ର ମ୍ୟାଚ (ସ୍କୋର ୨- ୨ ) ଖେଳିଥିଲା । ଉକ୍ତ ମ୍ୟାଚ ଟି ସୁଟଆଉଟରେ ପହଞ୍ଚିଥିଲା , କିନ୍ତୁ ସୁଟଆଉଟରେ ୫-୪ ଗୋଲ୍ ରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ । ୩ୟ ମ୍ୟାଚରେ ଭାରତ ଦ୍ବିତୀୟ ଥର ପାାଇଁ ସ୍ପେନକୁ ଭେଟିଥିଲା । ଏହି ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୋର ୧-୧ ଗୋଲ୍‌ରେ ଡ୍ର ରହିଥିଲା। କିନ୍ତୁ ଭାରତ ପୁଣି ସୁଟଆଉଟରେ ୪-୩ ଗୋଲ୍ ରେ ପରାସ୍ତ ହୋଇଥିଲା ।

ତେବେ ଭାରତୀୟ ହକି ଦଳ ଏବେ ଏହି ୯ଦଳୀୟ ପ୍ରତିଯୋଗିତାରେ ୮ ମ୍ୟାଚ୍‌ରୁ ମାତ୍ର ୪ ପଏଣ୍ଟ୍‌ ପାଇ ଅଷ୍ଟମ ସ୍ଥାନରେ ରହିଛି। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌‌ ରେ ରୋଟରଡାମ୍‌ଠାରେ ନେଦରଲାଣ୍ଡ୍‌ସ ଓ ଜର୍ମାନୀକୁ ଭେଟିବ। ଏହି ପର୍ଯ୍ୟାୟ ଜୁନ୍‌ ୧୪ ତାରିଖରେ ଆରମ୍ଭ ହେବ ।

Leave A Reply

Your email address will not be published.