କଲମ୍ବୋ: ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପ ସୁପର ଏଇଟର ଏକ ମୁକାବିଲାରେ ନ୍ୟୁଜିଲାଣ୍ଡ ଆୟୋଜକ ଶ୍ରୀଲଙ୍କାକୁ ୬୧ ରନରେ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲ ଦୌଡରେ ପାଦେ ଆଗେଇଥିବା ବେଳେ ଆୟୋଜକ ଶ୍ରୀଲଙ୍କା ଅଭିଯାନ ଶେଷ ହୋଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ ବିନିମୟରେ ୧୬୮ ରନ କରିଥିଲା । ଅଧିନାୟକ ମିଚେଲ ସାଂଟେନର ସର୍ବାଧିକ ୪୭ ଓ ରଚୀନ ରବୀନ୍ଦ୍ର ୩୨ ରନ କରିଥିବା ବେଳେ କୋଲେ ମ୍ୟାକକୋଂଚେ ୩୧ ରନ କରି ଅପରାଜିତ ରହିଥିଲେ । ମହୀଶ ତୀକ୍ଷଣା ଓ ଦୁଷ୍ମନ୍ତ ଚାମୀରା ୩ଟି ଲେଖାଏଁ ୱିକେଟ ନେଇଥିଲେ ।
ଜବାବରେ ୧୬୯ ରନର ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୮ ୱିକେଟ ବିନିମୟରେ ୧୦୭ ରନ କରିବାକୁ ସକ୍ଷମ ହୋଇଥିଲା । କାମିନ୍ଦୁ ମେଣ୍ଡିସ ୩୧ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ରଚୀନ ରବୀନ୍ଦ୍ର ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରଚୀନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପାକିସ୍ତାନ ନିକaଟରେ ଏବେ ବି ସେମିଫାଇନାଲ ପ୍ରବେଶ କରିବା ଆଶା ଉଜ୍ଜୀବୀତ ରହିଛି । ଅବଶ୍ୟ ଏଥିପାଇଁ ସେମାନଙ୍କୁ ପରବର୍ତୀ ମ୍ୟାଚରେ ବିଜୟ ହାସଲ କରିବା ସହ ଅନ୍ୟ ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ ।