Latest Odisha News

BREAKING NEWS

Holi: ହୋଲି ପାଇଁ କଡା ସୁରକ୍ଷା ବଳୟରେ ଭୁବନେଶ୍ୱର

ଭୁବନେଶ୍ୱର: ଆଜି ରଙ୍ଗର ଉତ୍ସବ ହୋଲି। ସାରା ଦେଶରେ ଉତ୍ସବର ମାହୋଲ୍। ହୋଲି ପାଇଁ ସତର୍କ କରାଇଲେ ପୋଲିସ କମିଶନର। କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ହୋଇଛି। ମଦୁଆଙ୍କୁ ଧରିବା ପାଇଁ ୮୫ଟି ସ୍ଥାନରେ ବ୍ଲକିଂ ଓ ଚେକିଂ ଆରମ୍ଭ ହୋଇଛି। ନିଶାସକ୍ତ ଅବସ୍ଥାରେ ନଦୀ, ପୋଖରୀରେ ନଗାଧୋଇବାକୁ ପରାମର୍ଶ ଦିଆଯାଇଛି। ୧୦ଟି ଗାଧୁଆ ତୁଠ ଓ ନଦୀ ପଠାରେ ଅଗ୍ନିଶମ, ଓଡ୍ରାଫ ଟିମ୍‌ ମୁତୟନ ହୋଇଛି।

ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଆୟୋଜନ ହୋଇଛି। ଅନ୍ୟପଟେ ମଦ ପିଇ ଗାଡି ଚଳାଇଲେ ସିଜ୍ ହେବ ଗାଡି । ହୋଲି ପାଇଁ କଡା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ୱର । ଡିସିପିଙ୍କ ନେତୃତ୍ୱରେ ୪ ଜଣ ଅତିରିକ୍ତ ଡିସିପି, ୮ ଜଣ ଏସପି ଦାୟିତ୍ୱରେ ରହିଛନ୍ତି । ୧୭ଟି ମୋବାଇଲ ପାର୍ଟି ପଇଁତରା ମାରୁଛନ୍ତି । ୮୫ଟି ସ୍ଥାନରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ଚାଲିଛି । ୧୦ ଟି ଗାଧୁଆ ତୁଠ ଓ ନଦୀ ପଠାରେ ବ୍ୟାପକ ଅଗ୍ନିଶମ ଟିମ ଓ ଓଡ୍ରାଫ ଟିମ ମୁତୟନ ହୋଇଛନ୍ତି । ୪ ଟି ଷ୍ଟ୍ରାଇକିଙ୍ଗ ଟିମ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।

ଏହାସହ ରାସାୟନିକ ରଙ୍ଗ ବ୍ୟବହାର ନକରିବାକୁ ସୂଚନା ଦେଇଛି କମିଶନରେଟ ପୁଲିସ । ବିଶୃଙ୍ଖଳାକାରୀଙ୍କ ଉପରେ ପୁଲିସର ନଜର ରହିଛି । ହୋଲିକୁ ନେଇ ଯେଉଁ ଇଭେଣ୍ଟ ହେବ, ତା’ଉପରେ ମଧ୍ୟ ନଜର ରଖିଛନ୍ତି କମିଶନରେଟ ପୁଲିସ ।

Leave A Reply

Your email address will not be published.