Latest Odisha News

BREAKING NEWS

ବସ୍‌-ଟ୍ରାକ୍ଟର ଦୁର୍ଘଟଣା; ମୋଟା ଅଙ୍କର ଫାଇନ୍ ଲଗାଇଲା ପରିବହନ ବିଭାଗ

ସମ୍ବଲପୁର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରରେ ଗତ ରବିବାର ଦିନ ଘଟିଥିବା ବସ୍ ଓ ଟ୍ରାକ୍ଟର ଦୁର୍ଘଟଣାରେ ଗାଡି ମାଲିକଙ୍କ ଉପରେ ଜୋରିମାନା ଲଗାଇଛି ପରିବହନ ବିଭାଗ ।

ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ୍ ନିୟମ ଉଲଘଂନ ଅଭିଯୋଗରେ ଟ୍ରାକ୍ଟର ମାଲିକଙ୍କ ଉପରେ ୫୩,୨୦୦ ଟଙ୍କା ଏବଂ ବସ୍ ଚାଳକଙ୍କ ଉପରେ ୨୭ ହଜାର ଟଙ୍କା ଜୋରିମାନା ଲଗାଯାଇଛି ।

ମିଳିଥିବା ସୂଚନାନୁଯାୟୀ ସମ୍ବଲପୁରସ୍ଥିତ ଯୁଯୁମରା ଠାରେ ଉକ୍ତ ଟ୍ରାକ୍ଟରକୁ କୌଣସି କାରଣବଶତଃ ଗୋଟିଏ ବସ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ୨ ଜଣ ଗୁରୁତର ଆହତ ହୋଇଥିଲେ । ପରେ ତଦନ୍ତ କରୁ କରୁ ପରିବହନ ବିଭାଗର ହୋସ୍ ଏକପ୍ରକାର ଉଡିଯାଇଥିଲା ।

ଯାଞ୍ଚ ବେଳେ ଟ୍ରାକ୍ଟରର ବକେୟା ଟିକସ ୧୬,୨୦୦, ପରମିଟ୍ ବାବଦ ୧୦ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର ଏବଂ ଫିଟନେସ୍ ଲାଗି ୫ ହଜାର ଟଙ୍କା । ଏହାବ୍ୟତୀତ ଇନସୁରାନ୍ସ, ଲାଇସେନ୍ସ ଓ ଟ୍ରଲିର ଫିଟନେସ୍ ବାବଦକୁ ଯାଥାକ୍ରମେ ୫ ହଜାର, ୨ ହଜାର ଓ ୫ହଜାର ଜୋରିମାନା ଲଗାଯାଇଥିଲା ।

ସେହିପରି ବସ୍ ମାଲିକଙ୍କ ଉପରେ ପରମିଟ୍ ନଥିବାରୁ ୧୦ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର ଏବଂ ଫିଟନେସ୍ ଲାଗି ୫ ହଜାର ଟଙ୍କା ବ୍ୟତିତ ଗାଡିର ଇନସୁରାନ୍ସ ନଥିବା ଯୋଗୁଁ ମଧ୍ୟ ଆଉ ୨ ହଜାର ଟଙ୍କା ଫାଇନ୍ ମଧ୍ୟ ଲଗାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.