ରାଉଲକେଲା: ଭିଜିଲାନ୍ସ ଜାଲରେ ପୋଲିସ ASI। ଲାଞ୍ଚ ନେବା ବେଳେ ଧରାପଡିଲେ ରାଉରକେଲା ବଡ଼ଗାଁ ଥାନାର ଏଏସଆଇ ଅରୁପାନନ୍ଦ ଦାସ। ଗତକାଲି ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ଏଏସଆଇଙ୍କୁ ଘଟଣାସ୍ଥଳରୁ ଧରିଥିଲେ ରାଉରକେଲା ଭିଜିଲାନ୍ସ ବିଭାଗ। ବଡ଼ଗାଁର ରଞ୍ଜନ ଦାସ ଓରଫ ମୁନୁଙ୍କୁ ଢାବାରେ ମଦ ବ୍ୟବସାୟ ପାଇଁ ଅରୁପାନନ୍ଦ ପ୍ରତିମାସ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।
ଏନେଇ ରଞ୍ଜନ ଦାସ ରାଉରକେଲା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ଅନୁଯାୟୀ ଏଏସଆଇ ୨୫ ହଜାର ଟଙ୍କା ଦେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ। ଏଏସ ଆଇ ଅରୁପାନନ୍ଦ ଦାସ ରହୁଥିବା କ୍ୱାର୍ଟରରେ ଚଢ଼ାଉ କରି ନଗଦ ୧ ଲକ୍ଷ ୫୭ ହଜାର ଟଙ୍କା, ୫ ହଜାର ଆମେରିକୀୟ ଡଲାର ସହ ୧୫ଟି ଦେଶୀ ମଦ ବୋତଲ ଜବତ କରିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ସୂଚନା ଥିଲା କି, OAS ବାବୁଙ୍କ ବ୍ୟାଙ୍କରେ ୭ କୋଟିରୁ ଅଧିକ ଜମା।
ଏବେ ସୁଦ୍ଧା ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ୧୦ରୁ ଅଧିକ ବ୍ୟାଙ୍କ ପାସବୁକ ଜବତ ହୋଇଛି। କଟକ କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ରେଡ୍। ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଯାଞ୍ଚ କରୁଛି ଟିମ୍। କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡାର ୭ଟି ସ୍ଥାନରେ ରେଡ୍ ଚାଲିଛି।
ଭୁବନେଶ୍ବର ସହିଦନଗରରେ ରହିଛି ୩ମହଲା ବିଲ୍ଡିଂ। ଏହାସହ ଏକ ନିର୍ମାଣଧୀନ ୩ ମହଲା କୋଠା ରହିଛି। ପୈତୃକ ଘର ପୁରୀ ଜିଲ୍ଲା ଗଡିଶାଗଡ଼ ଥାନା ଦୁଛିଆରେ ରେଡ୍ କରୁଛି ଟିମ୍। ସେପଟେ ଭୁବନେଶ୍ବର ଲକ୍ଷ୍ମୀସାଗର ଓ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ଥିବା ସମ୍ପର୍କୀୟଙ୍କ ଘର, କଣ୍ଟାପଡାରେ ଥିବା ସରକାରୀ କ୍ବାର୍ଟର୍ସ ଓ କାର୍ଯ୍ୟାଳୟରେ ଯାଞ୍ଚ କରୁଛି ଟିମ୍। ଚଢ଼ାଉରେ ଭିଜିଲାନ୍ସର ଦୁଇ ଜଣ ଅତିରିକ୍ତ ଏସପି, ୮ ଜଣ ଡ଼ିଏସପି, ୧୧ ଜଣ ଇନିସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।