Latest Odisha News

BREAKING NEWS

ଆଇପିଏଲ: ୩୦୦ କ୍ଲବରେ ସାମିଲ ହେବା ପାଇଁ କୋହଲିଙ୍କୁ ଆବଶ୍ୟକ ୯ ଛକା

ବେଙ୍ଗାଲୁରୁ: ଆଇପିଏଲ ୨୦୨୬ ମାର୍ଚ୍ଚ ୨୮ରୁ ଆରମ୍ଭ ହେବ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ଆଇପିଏଲର ଏହି ସଂସ୍କରଣରେ ଆରସିବିର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୯ଟି ଛକା ମାରିଲେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିବେ । କୋହଲି ଏବେ ୨୫୯ ମ୍ୟାଚରେ ୨୯୧ ଛକା ମାରିଛନ୍ତି । ଆଉ ୯ଟି ଛକା ମାରିଲେ ସେ ୩୦୦ କ୍ଲବରେ ସାମିଲ ହେବେ । ଭାରତର ରୋହିତ ଶର୍ମା କେବଳ ତାଙ୍କ ଆଗରେ ରହିଛନ୍ତି । ସେ ୩୦୨ ଛକା ମାରିଛନ୍ତି । ତେବେ ଆଇପିଏଲରେ ସର୍ବାଧିକ ଛକା ମାରିବା ରେକର୍ଡ ଏବେ ବି କ୍ରିସ ଗେଲଙ୍କ ନାମରେ ରହିଛି । ସେ ଓଭରାଲ ୩୫୭ ଛକା ମାରିଛନ୍ତି ।

ଆଇପିଏଲରେ ସର୍ବାଧିକ ଚୌକା ମାରିବା ରେକର୍ଡ କୋହଲିଙ୍କ ନାମରେ ରହିଛି । କୋହଲି ୭୭୧ ଚୌକା ମାରିଛନ୍ତି । ଗତ ସଂସ୍କରଣରେ କୋହଲି ୫୪ ଆଭରେଜରେ ୬୫୭ ରନ ସଂଗ୍ରହ କରିଥିଲେ । ତାଙ୍କ ବ୍ୟାଟରୁ ୮ ଅର୍ଦ୍ଧଶତକ ବାହାରିଥିଲା । ଏଥିରେ ୧୯ ଛକା ଓ ୬୬ ଚୌକା ସାମିଲ । ସେ ଏବେ ଭଲ ଫର୍ମରେ ଥିବାରୁ ୨୦୨୬ ସଂସ୍କରଣରେ ଭଲ ରନ ସଂଗ୍ରହ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.