Latest Odisha News

BREAKING NEWS

ଭୁବନେଶ୍ୱରରୁ କଟକ ଚଳାଚଳ କରିବ ନମୋ ଟ୍ରେନ; ମେଟ୍ରୋ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଲେ…

ଭୁବନେଶ୍ବର: କଟକରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ କଟକ ମଧ୍ୟରେ ପ୍ରତି ଅଧ ଘଣ୍ଟାରେ ନମୋ ଟ୍ରେନ ଚଳାଚଳ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଏହି ଟ୍ରେନ ଚଳାଚଳ ହେଲେ ଦୁଇ ସହର ମଧ୍ୟରେ ଦିନକୁ ଯାତାୟାତ କରୁଥିବା ହଜାର ହଜାର ଯାତ୍ରୀଙ୍କୁ ବଡ଼ ସୁବିଧା ମିଳିବ । ଟ୍ୱିନସିଟିରେ ସାଧାରଣ ପରିବହନ ସେବାକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ନମୋ ଭାରତ ରାପିଡେକ୍ସ ଟ୍ରେନ୍ ଚଳାଇବାକୁ ଯୋଜନା କରୁଛନ୍ତି।

ତେବେ ଯଦି ମେଟ୍ରୋ ପ୍ରକଳ୍ପ କରାଯାଏ ତେବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ବୋଲି କହିଛନ୍ତି ରେଳମନ୍ତ୍ରୀ।

ମେଟ୍ରୋ ଟ୍ରେନ ନିର୍ମାଣରେ ଯେଉଁଠି ଗୋଟିଏ କିଲୋମିଟର ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ, ସେଠାରେ ନମୋ ଟ୍ରେନ ପ୍ରକଳ୍ପରେ ପ୍ରାୟ ୩୦ କୋଟି ଟଙ୍କାରେ ଗୋଟିଏ କିଲୋମିଟର ପାଇଁ ଖର୍ଚ୍ଚ ହେବ । ଅର୍ଥାତ୍‌ ମେଟ୍ରୋ ଖର୍ଚ୍ଚର ପ୍ରାୟ ୧୦ ଭାଗରୁ ୧ ଭାଗ ଖର୍ଚ୍ଚରେ ହେଇଯିବ । ଏହି ପ୍ରକଳ୍ପ କାର୍ଯ୍ୟକରୀ ହେବ ।

Leave A Reply

Your email address will not be published.