Latest Odisha News

BREAKING NEWS

ଗରିଆପାଲି ଟ୍ରିପଲ୍‌ ମର୍ଡର ଘଟଣାର ଅଭିଯୁକ୍ତ ମୃତ

ଦେବଗଡ଼: ଗରିଆପାଲି ଟ୍ରିପଲ୍‌ ମର୍ଡର ଘଟଣାର ଅଭିଯୁକ୍ତ ମୃତ। ବିଷ ଖାଇ ଗୁରୁତର ହେବାରୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥି। ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହତ୍ୟା କରିବା ପରେ ଫେରାର୍‌ ଥିଲା ଅଭିଯୁକ୍ତ। ଗାଁ ପାଣି ଟାଙ୍କିରୁ ଅଗ୍ନିଶମ ଟିମ୍‌ ସହାୟତାରେ କାବୁ କରିଥିଲା ପୋଲିସ୍। ଉଦ୍ଧାର କରିବା ପୂର୍ବରୁ ବିଷ ଖାଇ ଗୁରୁତର ହୋଇଥିଲା ଅଭିଯୁକ୍ତ।

ସୂଚନା ଥାଉକି ଗତ ୧୧ ତାରିଖ ରାତିରେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ୩ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ। ଘରୋଇ କଳହରୁ ଅଭିଯୁକ୍ତ ରମେଶ ଗରିଆ ହାତୁଡ଼ିରେ ପିଟି ପିଟି ସ୍ତ୍ରୀ କୁହ୍ଲ ଗରିଆ, ବୋହୂ ଲିପି ମହାକୁଳ ଓ ଚାରି ବର୍ଷର ନାତୁଣୀ ଗାୟତ୍ରୀଙ୍କୁ ହତ୍ୟା କରିଥିଲା । ଏହି ଜଘନ୍ୟକାଣ୍ଡ ପରେ ସେ ଫେରାର ହୋଇଯାଇଥିଲା।

ଗତକାଲି ସୂଚାନୁଯାୟୀ, କୁଣ୍ଢେଇଗୋଳା ଥାନାଞ୍ଚଳ ଗରିଆପାଲି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତ ରମେଶ ଗରିଆ ଠାବ ହୋଇଥିଲା। ଗାଁ ନିକଟସ୍ଥ ପାଣିଟାଙ୍କି ଉପରେ ଲୁଚିଥିବା ଅବସ୍ଥାରେ ଠାବ ଠାବ କରିଥିଲେ ଗ୍ରାମବାସୀ। ତାକୁ ଚାରିପଟୁ ଘେରିଥିଲେ ଲୋକ। ଗାଁଲୋକଙ୍କୁ ମାରିଦେବାକୁ ଧମକ ଦେଉଥିଲା ଅଭିଯୁକ୍ତ। କିନ୍ତୁ ପୋଲିସ ତାକୁ ଠାବ କରିବା ପୂର୍ବରୁ ଅଭିଯୁକ୍ତ ବିଷ ପିଇଦେଇଥିବା ଜଣାପଡିଛି।

Leave A Reply

Your email address will not be published.