Latest Odisha News

BREAKING NEWS

RatnaBhandar: ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି;3D ମ୍ୟାପିଂ ପାଇଁ ହୋଇଛି ବ୍ୟବସ୍ଥା

ପୁରୀ:ଆସନ୍ତା ୨୫ ତାରିଖ ବୁଧବାର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ତିଥିରୁ ୧୨ଟା ୯ରୁ ୧ ଟା ୪୫ ମଧ୍ୟରେ ଗଣତି ମଣତି ଶୁଭାରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଭିଡିଓଗ୍ରାଫି, ଫଟୋଗ୍ରାଫି, 3D ମ୍ୟାପିଂ ପାଇଁ ବ୍ୟବସ୍ଥା ହୋଇଛି । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ହେବ ଓ ଦ୍ବିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରରୁ ଅଳଙ୍କାରର ଗଣତି ମଣତି ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସୂଚନାଥାଉକି, ଚଳନ୍ତି ଓ ବାହାର ରତ୍ନ ଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି ହେବ ।

୧୯୭୮ମସିହାର ଗଣତି ମଣତି ପୂର୍ଣ୍ଣାଙ୍ଗ ତାଲିକା ରହିଛି। ତାଲିକା ଅନୁଯାୟୀ ମେଳକ ହେବ।

ସ୍ୱର୍ଣ୍ଣ ଅଳଙ୍କାର ହଳଦିଆ ରଙ୍ଗର ଭେଲଭେଟ କନାରେ ଗୁଡ଼ାଯାଇ ଟିଣ ବାକ୍ସ ଓ ପରେ ତାକୁ ସିନ୍ଧୁକରେ ରଖାଯିବ। ରୌପ୍ୟ ଅଳଙ୍କାର ଧଳା ବା ସିଲଭର ରଙ୍ଗ ଓ ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ। କେବଳ ମେଳକ ,ଗଣତି କରାଯିବ।କୌଣସି ମୂଲ୍ୟାୟନ ହେବ ନାହିଁ । କେବେ ସଂପୂର୍ଣ୍ଣ ଗଣତିମଣତି ସରିବ କହି ହେବ ନାହିଁ। ମନ୍ଦିର ପ୍ରଥାନୁସାରେ ପାରମ୍ପରିକ ବସ୍ତ୍ର ପିନ୍ଧି ହେବ ଗଣତିମଣତି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପାଇଁ ନିରୀକ୍ଷକ ଦଳ ଓ ପରିଚାଳନା ଦଳ ଏଭଳି ଦୁଇଟି ଟିମ୍ ଗଠିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିରୀକ୍ଷଣ ଦଳର ଅଧ୍ୟକ୍ଷ ଅଛନ୍ତି। ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ, ଜଣେ ସେବାୟତ ସଦସ୍ୟ ରହିଛନ୍ତି। ସେହିପରି ପରିଚାଳନା ଟିମ୍‌ ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ , ତଢ଼ଉକରଣ,ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ ,ଦୁଇ ଜଣ ସ୍ଵର୍ଣ୍ଣକାର,ଦୁଇ ଜଣ ରତ୍ନପଥର ବିଶେଷଜ୍ଞ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ପ୍ରମୁଖ ସାମିଲ ରହିବେ।

ବିଶେଷ ଦିନ,ପର୍ବ ପର୍ବାଣୀ ,ଶନିବାର ଓ ରବିବାର ଦିନ ଗଣତିମଣତି ହେବ ନାହିଁ। ହାଇକୋର୍ଟ ଗଣତିମଣତି ଶେଷ ପାଇଁ ୩ ମାସ ସମୟ ଦେବାପରେ ରାଜ୍ୟ ସରକାରଙ୍କ ତରଫରୁ ତତ୍ପରତା ପ୍ରକାଶ ପାଇଛି।

Leave A Reply

Your email address will not be published.