ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନରେ ଭାରତୀୟ କ୍ରିକେଟ ଟିମ ଆୟର୍ଲାଣ୍ଡ ଗସ୍ତରେ ଯିବ । ଏଠାରେ ୨ ଦେଶ ମଧ୍ୟରେ ୨ଟି ଟି୨୦ ମ୍ୟାଚ ଖେଳାଯିବ । ଶନିବାର ବିସିସିଆଇ ଏହି ସିରିଜର କାର୍ଯ୍ୟସୂଚୀ ଘୋଷିତ କରିଛି । ବିଶ୍ୱକପ ଜିତିବା ପରେ ଭାରତୀୟ ଟିମର ଏହା ପ୍ରଥମ ଟି୨୦ ସିରିଜ ହେବ । ଜୂନ ୨୬ ଓ ୨୮ରେ ଏହି ୨ଟି ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆ ଏହା ପୂର୍ବରୁ ୩ ଥର ଆୟର୍ଲାଣ୍ଡ ଗସ୍ତରେ ଯାଇଛି । ଭାରତ ବ୍ୟତୀତ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷରେ ଆୟର୍ଲାଣ୍ଡ ସିରିଜ ଖେଳିବ । ୨୦୧୮ ଓ ୨୦୨୨ରେ ଭାରତ ୨-୦ରେ ସିରିଜ କ୍ଲିନ ସୁଇପ କରିଛି ।
୨୦୨୩ରେ ଭାରତ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ବିଜୟ ହାସଲ କରିଥିଲା । ଆଇପିଏଲ ପରେ ଭାରତୀୟ ଟିମ ଜୁନରେ ଆଫଗାନିସ୍ତାନ ବିପକ୍ଷରେ ସିରିଜ ଖେଳିବ । ୬ଜୁନରୁ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ । ଜୁନ ୧୪ରୁ ଧର୍ମଶାଳାରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ୧୭ ଓ ୨୦ରେ ଲକ୍ଷ୍ନୌ ଏବଂ ଚେନ୍ନାଇରେ ବାକି ୨ଟି ମ୍ୟାଚ ଆୟୋଜିତ ହେବ । ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷରେ ୮ଟି ସୀମିତ ଓଭର ବିଶିଷ୍ଟ ମୁକାବିଲା ଖେଳିବ ।